*ଛାତ୍ର ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଓ ନିଷ୍ଠା ନିତାନ୍ତ ଜରୁରୀ*-

Apr 6, 2025 - 18:18
 0  33
*ଛାତ୍ର ଜୀବନରେ ସଫଳ ହେବା  ପାଇଁ କଠିନ ପରିଶ୍ରମ ଓ ନିଷ୍ଠା ନିତାନ୍ତ ଜରୁରୀ*-

ବୌଦ୍ଧ : ଲୋକ ଆବାଜ.ଇନ୍(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଲରାଝୁଲି ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲର ବାର୍ଷିକ ଉତ୍ସବ, ଆମ ସଂସ୍କୃତି ଆମ ଖେଳନା କାର୍ଯକ୍ରମ ୨୦୨୪-୨୫ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଘିକୁଣ୍ଡି ସରପଞ୍ଚ ଶ୍ରୀଯୁକ୍ତ ସମରେନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l କଲରାଝୁଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ ଓ ସଭା ସଂଯୋଜନା କରିଥିଲେ । ଅନ୍ୟ ମାନଂକ ମଧ୍ୟରେ ଆଞ୍ଚଳୀକ ସାଧନା କେନ୍ଦ୍ର ସଂଯୋଜକ ଯୋଗୀନ୍ଦ୍ରପୁର ଶ୍ରୀଯୁକ୍ତ ପ୍ରକାଶ କୁମାର ପୁରୋହିତ ,ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘୀକୁଣ୍ଡି ଜୟଦେବ ପ୍ରଧାନ, କଲାର୍ଝୁରୀ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପଞ୍ଚାନନ ପ୍ରଧାନ, ୱାର୍ଡ ମେମ୍ବର ସତ୍ୟବାଦୀ ମହାକୁଡ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ । ସୋନପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ଵାଭିମାନ ପ୍ରଭାରୀ ମନୋଜ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରାଥମିକ ଶିକ୍ଷା ର ଉଦ୍ଦେଶ୍ୟ ଓ ସଂସ୍କୃତି, ଓଡ଼ିଆ ଜାତି ର ପରମ୍ପରା ଓ ସ୍ଵାଭିମାନ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟ ମାନଂକ ମଧ୍ୟରେ ବିଦ୍ୟାଳୟ ର ସହାଯୋଗି ଶିକ୍ଷକ ଶ୍ରୀ କ୍ଷିରୋଦ୍ର କୁମାର ପ୍ରଧାନ ସଭା ଶେଷ ରେ ଅତିଥି ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ସ୍କୁଲ ର କୁନି କୁନି ପିଲା ମାନଙ୍କ ଦ୍ବାରା ସୁନ୍ଦର ଜଗନ୍ନାଥ ଙ୍କ ଭଜନ ନୃତ୍ୟ ପରିବେଷଣ କରାଯାଇ ଥିଲା l ଅନେକ କୁନି କୁନି ଛାତ୍ର ଛାତ୍ରୀ ମାନେ ଗଳ୍ପ କଥନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow