ଜିଲ୍ଲା କଳା ଓ କ୍ରୀଡା ଶିକ୍ଷକ ସଂଘର ନୁଆଁ କର୍ମକର୍ତା ଚୟନ

ସୋନପୁର : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :
ସୁବର୍ଣ୍ଣପୁର ଜିଲ୍ଲା ର କଳା ଓ କ୍ରୀଡା ଶିକ୍ଷକ ସଂଘର ନୁଆଁ କର୍ମକର୍ତା ଚୟନ ପଏଁରୀ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସଭାପତି ହେମସାଗର ଗରତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ୬ ଟି ବ୍ଲକର ଶତାଧିକ କଳାକ୍ରୀଡା ଶିକ୍ଷକମାନେ ଯୋଗଦେଇଥିଲେ । ପ୍ରଥମେ ସ୍ୱର୍ଗତ ସନ୍ତୋଷ ସାହୁଙ୍କ ବିଯୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସେହିପରି ଆମ ଜିଲ୍ଲାର ପ୍ରଥମ କରି ବାନ୍ଧ ଶାଢିରେ ଡିଜାଇନ କରି ଜାତୀୟ ପୁରଷ୍କାରରେ ପୁରଷ୍କୃତ ହୋଇଥିବା କଳା ଶିକ୍ଷକ ଶ୍ରୀ ଶ୍ୟାମ ସୁନ୍ଦର ମେହେରଙ୍କୁ ସ୍ୱାଗତ ସର୍ମଦ୍ଧନା ପ୍ରଦାନ କରାଯାଇଥିଲା । ତାପରେ କିପରି ଆମର ଚାକିରି ସ୍ଥାୟୀ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିବା ବେଳେ ରାଜ୍ୟ କଳା ଓ କ୍ରୀଡା ଶିକ୍ଷକ ସଂଘର କୁ କିପରି ସାହାର୍ଯ୍ୟ ଓ ସହଯୋଗ କରାଯିବା ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ସଂଘର ନୂତନ କର୍ମକର୍ତା ମନୋନିତ କରାଯାଉ ବୋଲି ମତାମତ ଦିଆଯାଇଥିଲା ।
ଶିକ୍ଷକ ସଂଘର ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବରେ ହେମସାଗର ଗରତିଆ, ଉପ ସଭାପତି- ଅଭିନନ୍ଦନ ପୁଝାହାରୀ, ସଂପାଦକ- ଚୌଧୁରୀ ବିଭାର, ସହ-ସଂପାଦକ- ଶ୍ରୀମତି ସସ୍ମିତା ଶତପଥି ଓ ସଂଜୟ କୁମାର ସାହୁ, କୋଷାଧ୍ୟକ୍ଷ- ହରିବୋଲ ଦୀପ, ମିଡିଆ ସଂଯୋଜକ- ଶୁଭେନ୍ଦୁ ମେହେର, କାର୍ଯ୍ୟକାରୀ କମିଟିରେ - ଶ୍ୟାମସୁନ୍ଦର ମେହେର, ପିନଟୁ ପଧାନ, ଶୁକାନ୍ତ ମହାକୁର, ଅଭିଲାଶ ରଣା, ଶିବସାଗର ସେଠ, ଚୈତନ୍ୟ ବାରିକ ଓ ପ୍ରିୟଙ୍କା ରଥ । ସେହିପରି ଉପଦେଷ୍ଠା ଭାବରେ ସୁଧ୍ୟାଂଶୁ ସା, ପ୍ରଦୀପ ବରାଳ ଓ ମିନକେତନ ବାଗଙ୍କୁ ଚୟନ କରାଯାଇଥିଲା । ୨୦୧୩ ମସିହାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ କଳାକ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ନେଇ ବୈଠକରେ ଦାବି କରାଯାଇଥିଲା । ସଭା ଶେଷରେ ତରଭା ବ୍ଲକର ସଭାପତି ପ୍ରଦୀପ ବରାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
What's Your Reaction?






