ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ମିଟିଙ୍ଗ ହଲ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ :

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୀଟିଙ୍ଗ ହଲ ଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ
ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ )
ଆଜି ଦିବା ୧୧ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୀଟିଙ୍ଗ ହଲ ଠାରେ ଆନ୍ତର୍ଜାତୀକ ମହିଳା ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗା ଦତ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି. ଉକ୍ତ ସଭାରେ ଆସୋସିଏସନ ସର୍ଜନ ଅଫ ଇଣ୍ଡିଆ ସିଟି ବ୍ରାଞ୍ଚ ସମ୍ବଲପୁର ର ସଭାପତି ଡା ରାଜକୁମାର ସାହୁ ସିନିଅର ସର୍ଜରୀ ସ୍ପେସିଆଲିଷ୍ଟ ଡି ଏଚ ଏଚ ବରଗଡ ଓ ସମ୍ପାଦକ ଡା ପ୍ରତ୍ୟୁଷ ରଞ୍ଜନ ବିଶି ଆସୋସିଏଟ ପ୍ରଫେସର ସର୍ଜରୀ ବୁର୍ଲା , ସମଲେଶ୍ୱରୀ ନରସିଙ୍ଗ ହୋମ ବୁର୍ଲା ର ଡିରେକଟର ଡା ରବୀନ୍ଦ୍ର ପ୍ରଧାନ, ସହକାରୀ ପ୍ରଫେସର ସର୍ଜରୀ ଡା ବିଶ୍ୱଜିତ ବେଦବାକ ବୁର୍ଲା,ଡା ବିପିନ ବିହାରୀ ସାହୁ ସର୍ଜରୀ ସ୍ପେସିଆଲିଷ୍ଟ, ସିନିଅର ସ୍ପେସିଆଲିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ଡା ପ୍ରକାଶ ଚନ୍ଦ୍ର ଦଣ୍ଡସେନା ଓ ଡା ମାନସ ଦଣ୍ଡପାଟ ସବୁ ମଞ୍ଚାସିନ ଥିଲେ. ଏହି ସଭାରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମକେନ୍ଦ୍ର ର ଛାତ୍ରୀ ତଥା ବିଜୁ ପଟନାୟକ ନର୍ସିଙ୍ଗ କଲେଜ ସୋନପୁର ର ଛାତ୍ରୀ, ସୁବର୍ଣ୍ଣପୁର ନର୍ସିଙ୍ଗ କଲେଜ ର ସ୍ତୁଡେଣ୍ଟ ସବୁ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡି ଏଚ ଏଚ ର ସମସ୍ତ ନର୍ସିଙ୍ଗ ଅଫିସର, ଏ ଏମ ଏନ ସି ଡି ଗୀତାଞ୍ଜଳି ମେହେର, ହସ୍ପିଟାଲ ମ୍ୟାନେଜର ବି କେ ସାଗରୀକା ପ୍ରମୁଖ ଉପସ୍ଥିତ ଥିଲେ. ସମସ୍ତ ଅତିଥି ମହିଳା ସଶକ୍ତି କରଣ ଉପରେ ମତ ରଖିଥିଲି. ମହିଳା ମାନଙ୍କର ସ୍ୱାସ୍ଥ୍ୟ କିପରି ଭଲ ରହିବ ଓ ସମାଜ ରେ ସେମାନେ କିପରି ପ୍ରତିଷ୍ଠିତ ହୋଇ ଦେଶ ଗଠନ ରେ ପ୍ରମୁଖ ଭୂମିକା ନେଇପାରିବେ ତା ଉପରେ ମତ ପ୍ରକାଶ ହୋଇଥିଲା. ମହିଳା ମାନେ ବିଭିନ୍ନ ରୋଗ ଯଥା ବ୍ରେଷ୍ଟ କେନସର ୟୁଟେରସ କ୍ୟାନସର ରୁ ପ୍ରାଥମିକ ସ୍ତର ରୁ ଚି଼ହ୍ନଟି କରଣ ହୋଇ ଏ ସବୁ ରୁ ମୁକ୍ତି ଲାଭ କରିବେ ତା ଉପରେ ପାୱାର ପଏଣ୍ଟ ମାଧ୍ୟମ ରେ ବୁଝାଇ ଦିଆଯାଇଥିଲା. ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?






