ଠିକାଦାରଙ୍କ ଠାରୁ କ୍ରେଟା ଗାଡ଼ି ଲୁଟିନେଇ ଯାଉଥିଲା ବେଳେ ତୁମୁଡିବନ୍ଧ ପୋଲିସ ହାତରେ ଧରାପଡ଼ିଲେ ୫ ଜଣ ଡକାୟତ :

Apr 20, 2025 - 22:13
 0  8
ଠିକାଦାରଙ୍କ ଠାରୁ କ୍ରେଟା ଗାଡ଼ି ଲୁଟିନେଇ ଯାଉଥିଲା ବେଳେ ତୁମୁଡିବନ୍ଧ ପୋଲିସ ହାତରେ ଧରାପଡ଼ିଲେ ୫ ଜଣ ଡକାୟତ :

ଠିକାଦାରଙ୍କ ଠାରୁ କ୍ରେଟା ଗାଡ଼ି ଲୁଟିନେଇ ଯାଉଥିଲା ବେଳେ ତୁମୁଡିବନ୍ଧ ପୋଲିସ ହାତରେ ଧରାପଡ଼ିଲେ ୫ ଜଣ ଡକାୟତ l

ବାଲିଗୁଡା : ଲୋକ୍ ଆଵାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା)

 ଡକାୟତଙ୍କୁ ଧରିବାରେ ତୁମୁଡିବନ୍ଧ ପୋଲିସର ସଫଳତା l ଓଆଇସି ଆଶୁତୋଷ ଜେନାଙ୍କ ନେତୃତ୍ୱରେ ରବିବାର ସକାଳୁ ସକାଳୁ ପୂଣି ଏକ ଡକାୟତ ଦଳକୁ ମାତ୍ର ୨ ରୁ ୩ ଘଣ୍ଟା ଭିତରେ କାବୁ କରି ନିଜର ସାମର୍ଥ୍ୟ ପ୍ରତିପାଦନ କରିଛି ତୁମୁଡିବନ୍ଧ ପୋଲିସ l ରବିବାର ରାତି ପ୍ରାୟ ୩ ଟା ସମୟରେ ତୁମୁଡିବନ୍ଧ ଜଳେଶପଟ୍ଟା ନିକଟସ୍ଥ ରାହୁଳ ନଦୀ ପୋଲ ଉପରେ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ତୁମୁଡିବନ୍ଧ ପୋଲିସ l କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏକ ଠିକାଦାରଙ୍କ ନିକଟରୁ ଏକ ହ୍ୟୁଣ୍ଡାଇ କ୍ରେଟା ଗାଡ଼ି, ଏକ ଲକ୍ଷ ଟଙ୍କା ଏବଂ ଦେଢ଼ ଲକ୍ଷ ଟଙ୍କାର ଏକ ଆଇଫୋନ ବନ୍ଧୁକ ମୁନରେ ଲୁଟି ଚମ୍ପଟ ମାରୁଥିଲେ ଏହି ୫ ଜଣିଆ ଡକାୟତ ଦଳ l ତେବେ ତୁମୁଡିବନ୍ଧ ପୋଲିସ ଖବର ପାଇ ତୀକ୍ଷ୍ଣ ନଜର ରଖି ପେଟ୍ରୋଲିଙ୍ଗ ଜାରୀ ରଖିଥିଲା l ଶେଷରେ ଜଳେଶପଟ୍ଟା ରାହୁଳ ନଦୀ ପୋଲରେ ଡକାୟତ ଦଳର ଗୋଟିଏ ମହିନ୍ଦ୍ରା ଏକ୍ସୟୁଭି ୫୦୦ ଗାଡ଼ି ଏବଂ ଚୋରୀ ହୋଇଥିବା କ୍ରେଟା ଗାଡ଼ି ଜବତ କରିବାରେ ସଫଳ ହୋଇଛି ତୁମୁଡିବନ୍ଧ ପୋଲିସ l ଏହି ସଂକ୍ରାନ୍ତରେ ବାଲିଗୁଡ଼ା ଏସଡିପିଓ ଆଇପିଏସ ରାମେନ୍ଦ୍ର ପ୍ରସାଦ ତୁମୁଡିବନ୍ଧ ଥାନାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗିରଫ ଡକାୟତ ମାନଙ୍କ ମଧ୍ୟରେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗଂଦରୀଗାଁ ର ରଞ୍ଜନ ପ୍ରଧାନ ହୋଇଥିବା ବେଳେ ସୁଧାଂଶୁ ବାଗ, ପ୍ରତୀକ ହଂସ ଏବଂ ସଂଗ୍ରାମ ପାତ୍ର ବାଲିଗୁଡ଼ା ଥାନା ନୁଆସାହି ଗ୍ରାମର ଏବଂ ଗଉରା ଗୌଡ଼ ବାଲିଗୁଡ଼ା ଥାନା ତଗାକିଆ ଗ୍ରାମର ବୋଲି ସ୍ପଷ୍ଟ ପରିଚୟ ମିଳିଛି l ଏମାନଙ୍କ ଠାରୁ ଗୋଟିଏ କ୍ରେଟା ଗାଡ଼ି, ଆଇଫୋନ ଗୋଟିଏ, ଏକ ଲକ୍ଷ ଟଙ୍କା ନଗଦ, ଗୋଟିଏ ବନ୍ଧୁକ, ଗୋଟିଏ ଏଇର ପିସ୍ତଲ,ଦୁଇଟି କଟି, ପାଞ୍ଚଟି ମୋବାଇଲ ଫୋନ, ପାଞ୍ଚଟି କଳା ମାସ୍କ ଏବଂ ଗୋଟିଏ ଏକ୍ସୟୁଭି ୫୦୦ ଗାଡ଼ି ଜବତ କରାଯାଇଛି l ଅଧିକ ତଦନ୍ତ ଜାରୀ ରହିଛି ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ତାହା ଖୁବ ଶୀଘ୍ର ଜଣାପଡିବ ବୋଲି ଏସଡିଓ ଆଇପିଏସ ରାମେନ୍ଦ୍ର ପ୍ରସାଦ l

What's Your Reaction?

like

dislike

love

funny

angry

sad

wow