ତମ୍ବାସିନା ସ୍କୁଲରେ ଘଣ୍ଟାପଡ଼ା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଣ୍ଟାମାଳ:ଲୋକ୍ ଆବାଜ.ଇନ୍( ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ତମ୍ଵାସିନା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଘଣ୍ଟାପଡ଼ା କ୍ଲଷ୍ଟର ସଂଯୋଜକ ରୂପା ସିଂ କ୍ଷେତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ଉଦ୍ଧବ ମହାଲିକ ମୁଖ୍ୟଅତିଥି, ପରିଚାଳନା କମିଟି ସଭାପତି ଗୋପୀନାଥ କହଁର, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ଦୀପ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସୁରଭି ଭଳି କାର୍ଯ୍ୟକ୍ରମରେ ପିଲାଙ୍କ ଲୁକ୍କାୟିତ ପ୍ରତିଭା ଲୋକାଭିମୁଖୀ ହୋଇ ପାରୁଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀ, ସ୍ଥାନୀୟ ଅଭିଭାବକ ଅଭିଭାବିକାଙ୍କୁ କହିଥିଲେ l ଘଣ୍ଟାପଡ଼ା କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବକ୍ତୃତା, ବିତର୍କ, ସାଧାରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା! କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l
What's Your Reaction?






