ଦହ୍ୟା - ତାଳପଦର - ଶଗଡା ଐତିହାସିକ ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ
ଯୋଗଦେଲେ ବିଧାୟକ ଓ ଜିଲ୍ଲାପାଳ
ବୌଦ୍ଧ: ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ବହୁ ପ୍ରତିକ୍ଷୀତ ବୌଦ୍ଧ ଜିଲ୍ଲା ଦହ୍ୟା ଠାରୁ ଶଗଡା ଭାୟା ତାଳପଦର ରାସ୍ତାର ଉନ୍ନତି କରଣ ସକାଶେ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ବୌଦ୍ଧ ଇଂ ସନ୍ଦୀପ କୁମାର ଛୁଆଳସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ କଣ୍ଟାମାଳ ଏସ ଡି ଓ ଇଂ ଗୋବିନ୍ଦ ନାଏକ ଙ୍କ ଆୟୋଜନ ଏବଂ ମନମୁଣ୍ଡା କନିଷ୍ଠ ଯନ୍ତ୍ରୀ ଇଂ ରବୀନ୍ଦ୍ର ଆଚାରି ଙ୍କ ସଂଯୋଜନା ରେ ପ୍ରଥମେ ଭୂମିପୂଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ଶ୍ରୀ କହ୍ନେଇ ଚରଣ ଡ଼ାଙ୍ଗ ଏବଂ ସମ୍ମାନିତ ଅତିଥି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଙ୍କ କରକମଳ ରେ ଭିତ୍ତିପ୍ରସ୍ତର ସ୍ଥାପନ ଶୁଭ ଉନ୍ମୋଚନ କରାଯାଇଥିଲା। ଅଞ୍ଚଳବାସୀ ଢୋଲ ବାଜା ବଜାଇ ସହ ବିରାଟ ଶୋଭାଯାତ୍ରାରେ ଅତିଥି ଦ୍ୱୟ ଙ୍କୁ ଭିତ୍ତିପ୍ରସ୍ତର ସ୍ଥାନ କୁ ପାଛୋଟି ଆଣିଥିଲେ l ଉକ୍ତ ସଭାରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ଡ଼ାଙ୍ଗ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ନାଏକ ଙ୍କ ସହ ସମ୍ମାନିତ ଅତିଥିଭାବେ ବୌଦ୍ଧ ଡି ଏଫ୍ ଓ ରାଜେନ୍ଦ୍ର ଗୋଚ୍ଛାୟତ, ବୌଦ୍ଧ ବିଡ଼ିଓ , ଜୋନ ନଂ ୪ ଜିଲ୍ଲାପରିଷଦ ସଭ୍ୟ ଇଂ ରାକେଶ କୁମାର ତ୍ରିପାଠୀ, ରକ୍ସା ( ଦହ୍ୟା ) ସରପଞ୍ଚ ବିଭୂତି ଭୂଷଣ ଡ଼ାଙ୍ଗ, ସମିତି ସଭ୍ୟ ଦଳଗଞ୍ଜନ ବେହେରା, ବୌଦ୍ଧ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମିଶ୍ର , ଦହ୍ୟା ଜୀବନ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି କିଶୋର କୁମାର ମେହେର, ବିଧାୟକ ଙ୍କ ସଂଗଠନ ପ୍ରମୁଖ ଶାନ୍ତନୁ ଥାଟି , ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ଵର ସିଂ, ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ଜୋନ ନଂ ୨ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ଅନିଲ ପ୍ରଧାନ, ବୌଦ୍ଧ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଦହ୍ୟା, ତାଳପଦର ରୁ ଶଗଡ଼ା ଦୀର୍ଘ ପ୍ରାୟ ୧୫ କିମି ହେବ ଏହି ପୂର୍ତ୍ତ ବିଭାଗ ରାସ୍ତା ବହୁ ବର୍ଷ ହେବ ଖାଲଖମା ହୋଇ ଅତ୍ୟନ୍ତ ଦୂରାବସ୍ଥା ରେ ପଡ଼ି ରହିଥିଲା। ରକ୍ସା (ଦହ୍ୟା) ପଞ୍ଚାୟତ ସମେତ ମନୁପାଲି , ଖଲିଆପାଲି (ପୁରୁମୁଣ୍ଡା ), କସୁରବନ୍ଧ, ଗୁନ୍ଦୁଲିଆ , ଗୋଛାପଡ଼ା, ଶଗଡା ଇତ୍ୟାଦି ପଞ୍ଚାୟତ ର ପ୍ରାୟ ୫୦ ହଜାର ଲୋକ ଏହି ରାସ୍ତା ଦେଇ ଦୈନିକ ଯିବାଆସିବା କରିଥାନ୍ତି ଓ ଏହା ଜିଲ୍ଲା ରଏକ ପ୍ରମୁଖ ରାସ୍ତା ମଧ୍ୟ ଅଟେ। ଏ ମୁଖ୍ୟ ରାସ୍ତା ର ଦୂରାବସ୍ଥା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ରାସ୍ତାର ଉନ୍ନତି କରଣ ପାଇଁ ଲୋକମାନେ ଦୀର୍ଘ ବର୍ଷ ହେବ ଦାବି କରି ଆସୁଥିଲେ। ପୂର୍ବ ସରକାର ତଥା ବିଧାୟକ ରାଜନୈତିକ ଅସହିଷ୍ଣୁତା ମନୋଭାବ ରଖି ସେଥି ପ୍ରତି ଆଦୌ କର୍ଣ୍ଣପାତ କରି ନ ଥିଲେ। କିନ୍ତୁ ସମସ୍ତ ସାଥୀ ରେ , ସମସ୍ତ ଅଞ୍ଚଳ ର ବିକାଶ ନୀତିରେ ଚାଲିଥିବା ବିଜେପି ସରକାର ତଥା କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗ ଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ପ୍ରଚେଷ୍ଟା ରେ ଏହି ରାସ୍ତା ପାଇଁ ରାଜ୍ୟ ସରକାର ୨୯ କୋଟି ୧ ଲକ୍ଷ ୮୭ ହଜାର ୮୨ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି । ଏଥିପାଇଁ ବିଧାୟକ ଶ୍ରୀ ଡ଼ାଙ୍ଗ ଙ୍କୁ ଉପସ୍ଥିତ ଅତିଥି ଓ ଜନ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ମଧ୍ୟ ବିଧାୟକ ଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିବା ସହ ଲୋକମାନଙ୍କ ସହଯୋଗ କାମନା କରିଥିଲେ। କିନ୍ତୁ ଖୁବ୍ ସଂଘର୍ଷ ମୟ ଜୀବନ ରୁ ବିଧାୟକ ହୋଇଥିବା ଶ୍ରୀ ଡ଼ାଙ୍ଗ ସମସ୍ତ ଶ୍ରେୟ ଜନସାଧାରଣ ଙ୍କୁ ଦେଇଥିବାବେଳେ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ସେ ଅଞ୍ଚଳ ର ଉନ୍ନତି ଓ ବିକାଶ ପାଇଁ ଲଢେଇ କରିବେ ଓ ଜନ ସେବା କରିବେ ବୋଲି ଆଜି କହିଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ଡ଼ାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?