ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିର ଅନୁଷ୍ଟିତ

ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)
ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ପୌର ପରିଷଦ ସ୍ମାର୍ଟ ପାର୍କ ର ଯୋଗ ମଣ୍ଡପ ରେ ଦିବ୍ୟଊର୍ଜା ଯୋଗ ସମିତି ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଯୋଗ ଶିବିର କାର୍ଯ୍ୟକ୍ରମ ରେ ବଲାଙ୍ଗିର ଭାରତ ସ୍ବାଭିମାନ ପ୍ରଭାରୀ ରଘୁ ଷଡ଼ଙ୍ଗୀ ଯୋଗ ଦେଇ ଯୋଗ ଓ ପ୍ରାଣାୟାମ ର ଅଭ୍ୟାସ ଓ ବିଧି ତଥା ରୋଗର କାରଣ, ନିବାରଣ ଉପରେ ସୁଚନା ଦେଇଥିଲେ l ସୂର୍ଯ୍ୟ ନମସ୍କାର ଓ ଅନ୍ୟାନ୍ୟ ଜୀବନ ଶୈଳୀ ବିଷୟରେ ବିସ୍ତୃତ ଆଲୋଚନା କରି କର ୟୋଗ ରହୋ ନିରୋଗ ସ୍ଲୋଗାନ ଦେଇ ଥିଲେ l ଯୋଗୀ ମାନଙ୍କୁ ପ୍ରତ୍ୟେକ ଆସନ ପ୍ରାଣlୟମ ଅଭ୍ୟାସ କରାଇ ଏହାର ଉପକାରିତା ସଂପର୍କରେ ସୁନ୍ଦର ଶୈଳୀ ରେ ବୁଝାଇଥିଲେ l ଏହି ସୁନ୍ଦର ପାର୍କ ମନୋରମ ପରିବେଶ ଖୋଲା ଅକ୍ସିଜେନ୍ ର ସୁଯୋଗ ଲାଭ ଉଠାଇବାକୁ , ସ୍ମାର୍ଟ ପାର୍କ ରେ ଯୋଗ କରି ନିଜେ ଫିଟ୍ ଓ ସ୍ମାର୍ଟ ହେବାକୁ ପରାମର୍ଶ କରିଥିଲେ l ମନ୍ଦିର ରେ ଫୁଲ ଧୂପ ଭୋଗ ଚଢାଇ ପୂଜା କରିବା ଧର୍ମ ଠାରୁ ଏହି ମହତ୍ କାର୍ଯ୍ୟ ରେ ଅଧିକ ଲୋକ ଙ୍କୁ ଯୋଡ଼ି ସମସ୍ତ ଙ୍କୁ ସ୍ମାର୍ଟ ବନାଇ ପାରିଲେ ସୁସ୍ଥ ରଖି ପାରିଲେ ତା ଠୁଁ ଅଧିକ ଧର୍ମ ବୋଲି ପ୍ରେରଣା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯୋଗ ଶିକ୍ଷକ ରଘୁ ଷଡ଼ଙ୍ଗୀ ଙ୍କୁ ଦିବ୍ୟ ଊର୍ଜା ଯୋଗ ସମିତି ସଭାପତି ଗୋପାଳ ନେଗୀ ଓ ଶ୍ରିବନ୍ତ ମିଶ୍ର ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଜିଲ୍ଲା ଯୋଗ ସମିତି ର ଯୋଗ ଗୁରୁ ମନୋଜ୍ ପଣ୍ଡା ସଭା ସଂଯୋଜନା ଓ ମନୋରଞ୍ଜନ ତ୍ରିପାଠୀ , ଷଡ଼ଙ୍ଗୀ ଓ ଉପସ୍ଥିତ ୟୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
What's Your Reaction?






