ଦୁର୍ଗାପାଙ୍ଗା ରେ ମହାମାରୀ ରୂପ ନେଉଛି ଝାଡାବାନ୍ତି l 6 ମୃତ 15ରୁ ଉର୍ଦ୍ଧ ଆକ୍ରାନ୍ତ l ଘଟଣା ସ୍ଥଳରେ ପହଁଚିଲେ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଟିମ l

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗlପାଙ୍ଗା ଗ୍ରାମ ପଂଚାୟତ ରେ ଝାଡାବାନ୍ତି ର ଆତଙ୍କ ପାଞ୍ଚ ଦିନରେ ସରକାରୀ ରିପୋର୍ଟ ଅନୁଯାୟୀ 6 ଜଣ ମୃତ୍ୟୁ ବରଣ କରିଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ 12 ଜଣ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଥିବା ବେଳେ 15ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା କୁହାଯାଉଛି l କିଛିଦିନ ହେବ ଦୁର୍ଗାପାଙ୍ଗା ଗ୍ରାମ ପଂଚାୟତ ର ଦୁର୍ଗମ ଇଲାକା କାଣିବାରୁ,ସିନ୍ଧିବାଲି,ବାଡ଼ିପାଙ୍ଗା,ସାକାରଯୋଡି ଭଳି ସାତ ଖଣ୍ଡ ଗାଁ ରେ ପାଞ୍ଚ ଦିନ ଭିତରେ ୬ ଜଣ ଙ୍କ ଜୀବନ ନେଲlଣି l ସଚେତନତା ଅଭାବରୁ ସମ୍ପୃକ୍ତ ଗ୍ରାମବାସୀ ଅଖାଦ୍ୟ ଖାଇ ଦୂଷିତ ଜଳ ବ୍ୟବହାର କରି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି l ଧୀରେ ଧୀରେ ଏହା ମହାମାରୀ ରୂପ ନେଲlଣି l ଗାଁ କୁ ରାସ୍ତା ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ଯାଇ ପାରୁନି ଫଳରେ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି l ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉ ନ ଥିବାରୁ ଲୋକେ ଗୁଣି ଗାରେଡି ର ସାହାରା ନେଉଛନ୍ତି l ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଏବେ ଗାଁ ରେ ପହଂଚିଛି ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଡାକ୍ତରୀ ଟିମ l ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ଡାକ୍ତର ପ୍ରସନ୍ନ ତ୍ରିପାଠୀ, ବି. ପି. ଏମ ଶାନ୍ତନୁ କୁମାର ସାହୁ ନଦୀ ପାହାଡ଼ ପର୍ବତ ଚଢି ଗାଁ ରେ ପହଂଚି ରୋଗର କାରଣ ଖୋଜି ବାହାର କରିଛନ୍ତି l କୋଟଗଡ ଜ଼ିଲ୍ଲା ପରିଷଦ ଜିରିମୟ ସୁନାମାଝି ଓ କନ୍ଧମାଳ ସାଂସଦ ପ୍ରତିନିଧି ସୋନୁ ପ୍ରଧାନ ଙ୍କ ଏକ ଟିମ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିବା ଜଣାପଡିଛି l
What's Your Reaction?






