ଦୈନିକ ଖବର କାଗଜ ଦର୍ଶନ ର ବନ୍ଧୁମିଳନ କାର୍ଯ୍ୟକ୍ରମ

Mar 3, 2025 - 17:19
 0  68
ଦୈନିକ ଖବର କାଗଜ ଦର୍ଶନ ର ବନ୍ଧୁମିଳନ କାର୍ଯ୍ୟକ୍ରମ

ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

କଳାହାଣ୍ଡି:ଲୋକ ଆବାଜ ଇନ:ସନତ କୁମାର ପ୍ରଧାନୀ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ବିଜୁପଟ୍ଟନାୟକ ଷ୍ଟାଡିଅମ ଠାରେ ଦୈନିକ ଖବରକାଗଜ 'ଦର୍ଶନ' ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧିର କୁମାର ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଦର୍ଶନ ଖବରକାଗଜ ର ସଂପାଦକ ବିଭୁତି ଭୁଷଣ ନାୟକ ,ସହ ସମ୍ପାଦକ ପ୍ରଶମିତା ମହାନ୍ତି, ସାନ୍ଧ୍ୟଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ବର ମୁଣ୍ଡ ,ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ହାତିରାମ ଦୁର୍ଗା, ବରିଷ୍ଠ ଆଇନଜୀବି ଦୁର୍ଗାପ୍ରସାଦ ନାଏକ, ଯୁବ ଉଦ୍ୟୋଗପତି ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଉପଲକ୍ଷେ ଦର୍ଶନ ଖବର କାଗଜ ପକ୍ଷରୁ କଳାହାଣ୍ଡି ଜିଲ୍ଳାର ବିଭିନ୍ନ ବର୍ଗ , ସମାଜ ସେବୀ ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ଦୈନିକ ଖବରକାଗଜ ଦର୍ଶନର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅନନ୍ତ କୁମାର ପାଳ ଓ ଜୁନାଗଡ଼ ବ୍ଲକ ପ୍ରତିନିଧି ହିମାଂଶୁ ଶେଖର ବରାଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦର୍ଶନ ଖବର କାଗଜ ର ସମସ୍ତ ବ୍ଳକ ପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow