ଧରାବତରଣ କଲେ ପ୍ରଭୂ ଯୀଶୁ ଖ୍ରୀଷ୍ଟ l କନ୍ଧମାଳ ର ବିଭିନ୍ନ ଚର୍ଚ୍ଚ ଓ ଉପାସନା ଗୃହରେ ବଡ ଦିନ ଧୁମ୍ ଧାମରେ ପାଳିତ l

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଧରାବତରଣ କଲେ ପ୍ରଭୂ ଯୀଶୁ ଖ୍ରୀଷ୍ଟ l ମଧ୍ୟ ରାତ୍ରରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ ପରେ କନ୍ଧମାଳ ର ବିଭିନ୍ନ ଚର୍ଚ୍ଚ ଉପାସନା ଗୃହରେ ସମୂହ ପ୍ରାର୍ଥନା ଦେଖିବlକୁ ମିଳିଛି l ବାଲିଗୁଡା ସମେତ ବlରଖମା କୋଟଗଟ ତୁମୁଡ଼ିବନ୍ଧ କ ନୂଆଗାଁ ଅଞ୍ଚଳ ରେ ଥିବା କ୍ୟାଥଲିକ ବାପିଷ୍ଟ୍ , ସି. ଏନ. ଆଇ ଚର୍ଚ୍ଚ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ବାସୀ ଙ୍କ ଭିଡ ଦେଖିବକୁ ମିଳିଛି l ପରସ୍ପର କୁ ମେରୀ ଖ୍ରୀଷ୍ଟମାସ୍ ର ଅଭିନନ୍ଦନ ଜଣାଇବା ସହିତ ଆନନ୍ଦ ଉଲ୍ଲାସ ର ସହିତ ବଡ ଦିନ କୁ ଧୁମ୍ ଧାମରେ କରାଯାଇଛି l ଘରେ ଘରେ ପିଠା ମିଠା ର ଆସର l
ସମସ୍ତ ଖ୍ରୀଷ୍ଟପ୍ରେମୀ ଶ୍ରଦ୍ଧାଳୁ ନୂଆଁ ପୋଷାକ ପରିଧାନ କରିଥିଲେ l ସନ୍ଧ୍ୟା ସମୟରୁ ଗୀର୍ଜା ଓ ଉପାସନା ଗୃହ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଏବଂ ଗୀତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରକମ୍ପିତ ହେଉଅଛି l ଶାନ୍ତି ର ପ୍ରତୀକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ବାର୍ତ୍ତା କୁ ଯାଜକ ମାନେ ଶ୍ରଦ୍ଧାଳୁ ଙ୍କୁ ଶୁଣାଇଥିଲେ l ମୋଟା ମୋଟି ଭାବରେ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ର ସହିତ ବଡ଼ ଦିନ ପାଳିତ ହେଉଅଛି l ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l
What's Your Reaction?






