*ନୂଆଁ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ ଦାବୀ .....ପ୍ରତିବାଦ ରେ ଜିଲ୍ଲାପାଳ ଅଫିସ୍ ଘେରାଉ.........ମୁଖ୍ୟ ଦ୍ଵାର ଦେଇ ଧଶେଇ ପଶିଲେ ହଜାର ଆନ୍ଦୋଳନ କାରୀ

Nov 19, 2024 - 16:42
 0  55
*ନୂଆଁ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ ଦାବୀ .....ପ୍ରତିବାଦ ରେ ଜିଲ୍ଲାପାଳ ଅଫିସ୍ ଘେରାଉ.........ମୁଖ୍ୟ ଦ୍ଵାର ଦେଇ ଧଶେଇ ପଶିଲେ ହଜାର ଆନ୍ଦୋଳନ କାରୀ

ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୋନପୁର ସହର ର ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ନିର୍ଦ୍ଧାରିତ ପ୍ଲାନ୍ ରେ ଅତ୍ୟାଧୁନିକ ନୂଆଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଦାବୀ ରେ ଆଜି ସୋନପୁର ସହର ର ହଜାର ହଜାର ବ୍ୟବସାୟୀ ସମସ୍ତ କ୍ଳବ୍ ର ସଦସ୍ୟ, ୱାର୍ଡ ର କାଉନସିଲର, ସର୍ବ ଦଳୀୟ ନେତୃବୃନ୍ଦ , ବୁଦ୍ଧିଜୀବୀ, ସମସ୍ତ ଅନୁଷ୍ଠାନ କର୍ମକର୍ତା, ଓ ସଧାରଣ ଜନତା ଆଜି ସକାଳ ୧୦ ଟାରେ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଏକ ବିଶାଳ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ କୁ ଯାଇ ପ୍ରତିବାଦ କରିଥିଲେ l ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଶୋଭାଯାତ୍ରା ପହଁଚିବା ପରେ ପୋଲିସ ଜିଲ୍ଲାପାଳ ଅଫିସ୍ ମୁଖ୍ୟ ଦ୍ଵାର ବନ୍ଦ କରିଦେଇଥିଲେ l ପବ୍ଲିକ ଙ୍କ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ପାଖରେ ପହଞ୍ଚାଇବା ପରେ ଜିଲ୍ଲାପାଳ ଏକ ଘଣ୍ଟା ଯାଏ ପ୍ରତିବାଦ ସ୍ଥଳ କୁ ଆସି ନ ଥିବାରୁ ପବ୍ଲିକ ଉତ୍କ୍ଷିପ୍ତ ହୋଇ ମୁଖ୍ୟ ଦ୍ଵାର ଦେଇ ଧସେଇ ପଶି ଦ୍ବିତୀୟ ଗେଟ ଯାଏ ହୋ ହାଲ୍ଲା କରି ପହଞ୍ଚି ଯାଇ ଥିଲେ l ଯାହାକି ଏ ଉତ୍ତେଜନା କୁ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା l ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିବାକୁ ଥିବା ଦାବୀ ପତ୍ର ଗ୍ରହଣ କରି ବାକୁ ଜିଲ୍ଲାପାଳ ଙ୍କୁ ବାରମ୍ବାର ଖବର ଦେବା ପରେ ମଧ୍ୟ ପେଡ଼ି ପ୍ରୋକ୍ରୋମେଣ୍ଟ ମିଟିଂ ରେ ଉପସ୍ଥିତ ଥିବା ଜିଲ୍ଲାପାଳ ବହୂ ବିଳମ୍ୱ କରିବାରୁ ପବ୍ଲିକ ର ଖୁବ୍ ଉତ୍ତେଜନା ଓ ପ୍ରଶାସନ ବିରୋଧୀ ନାରାବାଜି ଦେଖିବାକୁ ମିଳିଥିଲା l ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ଜିଲ୍ଲାପାଳ , ଏସପି, ସାଂସଦ , ସ୍ଥାନୀୟ ବିଧାୟକ ପ୍ରତିବାଦ ସ୍ଥଳ କୁ ପହଞ୍ଚି ଆନ୍ଦୋଳନ କାରୀ ଙ୍କ ସହିତ ଏ ସମସ୍ୟା ଉପରେ ଆଲୋଚନା କରି ଏହା ପ୍ରୋସେସ ରେ ଥିବା କହି ଥିଲେ l ଏବଂ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ଆରମ୍ଭ କରି ବାକୁ ସାଂସଦ ଓ ଜିଲ୍ଲାପାଳ ପ୍ରତିଶୁତି ଦେବାରୁ ଆନ୍ଦୋଳନ ରୁ ଲୋକେ ହଟିଥିଲେ l ସ୍ଥାନୀୟ ବିଧାୟକ ଙ୍କୁ ପ୍ରଶ୍ନ କରିବାରୁ ମୁଁ ଜନ୍ମ ଦେଇଛି ଲାଳନ ପାଳନ ଆପଣ ମାନଙ୍କ ର ବୋଲି ଉତ୍ତର ରଖିଥିଲେ l ଏଠି ପ୍ରଶ୍ନ ଉଠେ ଯେ ପବ୍ଲିକ ସର୍ଭେଣ୍ଟ ଭାବେ ରାଜ୍ୟ ସରକାର ଙ୍କ ପାଖରୁ ନିଯୁକ୍ତି ହୋଇଥିବା ଜିଲ୍ଲାପାଳ ଓ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଥିବା ନେତା ନେତ୍ରୀ ମାନେ ପବ୍ଲିକ ଙ୍କ ଏକ ଜରୁରୀ ଓ ସମ୍ବେଦନଶୀଳ ଅଭିଯୋଗ ଶୁଣିବାକୁ ,ପାଖକୁ ଆସିବାକୁ ଏତେ ଭୟ କାହିଁକି ? ଯିଏ ଯାହାର ମୁଣ୍ଡ ରୁ ଦୋଷ ଖସାଇ ବାକୁ ପ୍ରସ୍ତୁତ l ଏଥିରୁ ପ୍ରମାଣ ଯେ ପବ୍ଲିକ ର ବିନା ଆନ୍ଦୋଳନ ରେ ସୁବର୍ଣ୍ଣପୁର ର କୌଣସି ଐତିହାସିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନି l ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଇଚ୍ଛା ଶକ୍ତି ର ଘୋର ଅଭାବ ଯୋଗୁଁ ଜିଲ୍ଲା ରେ ଦୀର୍ଘ ବର୍ଷ ରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ରିଙ୍ଗ ରୋଡ଼, ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ଅଙ୍ଗ କେନାଲ ପ୍ରକଳ୍ପ, ସୋନପୁର କଲେଜ କୁ ସରକାରୀ କରିବା ଦାବୀ , ଉଭୟ ଜିଲ୍ଲା ନିର୍ଭର କରୁଥିବା ପୁରୁଣା ମେଡିକାଲ୍ କୁ ସିଟି ମେଡିକାଲ୍ ରେ ପରିଣତ କରିବା, କୃଷୀ ବିଶ୍ୱ ବିଦ୍ୟାଳୟ, ମେଡ଼ିକାଲ୍ କଲେଜ ସମେତ ଅନେକ ପ୍ରକଳ୍ପ କାମ ସୋନପୁର ର ଅତି ସରଳ ବିଶ୍ୱାସୀ, ସଚ୍ଚୋଟ ନିରୀହ ସଧାରଣ ଜନତା ଙ୍କ ପାଇଁ ସ୍ବପ୍ନ ହୋଇ ରହିଛି l

What's Your Reaction?

like

dislike

love

funny

angry

sad

wow