ପଳସା ଗୋରା ପଂଚାୟତ ଛକ ଠାରୁ ହାଇସ୍କୁଲ ରାସ୍ତା ଦେଇ ପତର ଫଡିପାର୍ଶ୍ୱ ଆଲୋକିକରଣପାଇଁ ଦାବି

କଣ୍ଟାମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ପଳସାଗୋରା ପଂଚାୟତ ଅନ୍ତର୍ଗତ ପଳସାଗୋରା ପଂଚାୟତ ଅଫିସ ଛକ ଠାରୁ ହାଇସ୍କୁଲ ଛକ ଦେଇ ପତର ଫଡି ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ଦାବି ହେଉଛି l ଏହି ରାସ୍ତାଟି ଉଭୟ ଗୋବଯୋର, ଖଟଖଟିଆ,ଓ ମନମୁଣ୍ଡା ପର୍ଯ୍ୟନ୍ତ ବିସ୍ତୃତ ଅଟେ l ପଂଚାୟତ ଅଫିସ ଛକ ଠାରୁ ହାଇସ୍କୁଲ ଛକ ଦେଇ ପ୍ରତ୍ୟେକ ଦିନ ରାତି ଚାରିଟା ଓ ସନ୍ଧ୍ୟାରେ ସହସହ ସଂଖ୍ୟାରେ ପତର ଫଡି ଏବଂ ପଳସlଗୋରା ବସ ଷ୍ଟାଣ୍ଡ ଠାରୁ ଧlନଖଣ୍ଡି ଛକ ପର୍ଯ୍ୟନ୍ତ ମଣିଙ୍ଗୱାର୍କ ଓ ଇଭନିଙ୍ଗ ୱାର୍କ ପାଇଁ ଅଧିକାଂଶ ମହିଳା ମାନେ ଯାଇଥାନ୍ତି l ସକାଳ ଓ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାରେ ଗାଡି, ମଟର ବହୁତ ଭିଡ଼ ହୋଇଥାଏ l ରାସ୍ତାରେ ସକାଳୁ ସନ୍ଧ୍ୟା ରେ ଯିବା ଆସିବା ବେଳେବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଅଛି l ଏଣୁ ଏହି ରାସ୍ତା ପାର୍ଶ୍ୱ ଆଲୋକିକରଣ କରାଯିବାକୁ ସାଧାରଣରେ ଦାବି ହେଉଛି l
What's Your Reaction?






