ବାଲିଗୁଡ଼ା ରେ ପାରମ୍ପାରିକ ଗହ୍ମl ପୂର୍ଣ୍ଣିମା ପର୍ବ ପାଳିତ

ବାଲିଗୁଡ଼ା: ଲୋକ ଆବଜ୍. ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା) :
ଏବେ ବି ବଞ୍ଚିଛି ପରମ୍ପରା l ଓଡ଼ିଶା ର ପୁରାତନ ସଂସ୍କୃତି କୁ ବଞ୍ଚାଇ ରଖିଛନ୍ତି ଗ୍ରାମବାସୀ l ବାଲିଗୁଡା ସହର ର ସର୍ବ ପୂରାତନ ଓ ସର୍ଵ ବୃହତ୍ତମ ସାହି ନୂଆସାହି ଗ୍ରାମବାସୀ ଶହ ଶହ ବର୍ଷ ଧରି ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖି ପୀଢ଼ି ପରେ ପିଢ଼ି କାର୍ଯ୍ୟକ୍ରମ କରି ଆସୁଛନ୍ତି l ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ନୂଆସାହି ଗ୍ରାମବାସୀ ମାନେ ଗ୍ରାମ୍ୟ କମିଟି ଓ ସାହିର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ନୂଆସାହିସ୍ଥିତ ମାଆ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଗ ହ୍ମl ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି l ଗ୍ରାମ୍ୟ କମିଟି ସଭାପତି ଜଳେନ୍ଦ୍ର ପାତ୍ର ସମ୍ପାଦକ ମାନସ କୁମାର ଆମାୟତ ଉପ ସଭାପତି ସୁବ୍ରତ କୁମାର ପ୍ରଧନୀ ସହ ସମ୍ପାଦକ ଗୋପବନ୍ଧୁ ବିଷୋୟୀ ଶିକ୍ଷାବିତ ତଥା ଶିକ୍ଷକ ବିଶ୍ୱେଶ୍ଵର ପ୍ରଧାନୀ ଟିକେଶ୍ୱର୍ ବେହେରା କୋଷାଧ୍ୟକ୍ଷ ଆଶୋକ କୁମାର ସାହୁ l ସାମ୍ୱାଦିକ ତଥା ସଭ୍ୟ ବିଭୁତି ଭୁଷଣ ଲହରୀଆ ସାମ୍ୱାଦିକ ପ୍ରମୋଦ କୁମାର ଦଣ୍ଡ଼ସେନା ଜଗନ୍ନାଥ ବିଷୋୟୀ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗ୍ରାମର ବରିଷ୍ଠ ନାଗରିକ ଯୁବଗୋଷ୍ଠୀ ଯୋଗ ଦେଈଥିଲେ l
ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପରେ ଗାଁ ର ମୁଖ୍ୟ ପୂଜକ କୁଦ ପାତ୍ର ପୂଜାର୍ଚ୍ଚନା ପରେ କିଶୋର ବାଳକ ଓ କିଶୋରୀ ବଳକା ମାନଙ୍କୁ ନେଇ ଗହ୍ମା ଡ଼ିଆଁ କାଯକ୍ରମ ଅନୁଷ୍ଠିତ ହେଉଥିବା ବେଳେ ନୂଆସାହି ର ଯୁବକ ଦଳ ଓ ବୟୋଜ୍ୟେଷ୍ଠ ଦଳ ଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କବାଡି ପ୍ରତିଯୋଗିତାଅନୁଷ୍ଠିତ ହୋଇଥିଲା l କମିଟି ପକ୍ଷରୁ ଉଭୟ ଦଳକୁ ପୁରସ୍କୃତ କରାଯାଇ ଥିଲା l ପରମ୍ପରା ଅନୁଯାୟୀ ଗାଁ ର ବଶିଷ୍ଠ ନାଗରିକ ତଥା କମିଟିର ଉପଦେଷ୍ଟା କୁଦ ପାତ୍ର ବିଜୟ ଚନ୍ଦ୍ର ଖଣ୍ଡଗିରି ବିରୂପାକ୍ଷ ଦାସ ସତ୍ୟଧନୁ ପ୍ରଧାନୀ ମୃତ୍ୟୁଞ୍ଜୟ ପ୍ରାଧାନୀ ଉପେନ୍ଦ୍ର ବିଶୋଇ ଯୁଧିଷ୍ଠିର ପାତ୍ର ସମେତ ବହୁ ବରିଷ୍ଠ ନାଗରିକ ଙ୍କୁ ସ୍ଵମ୍ୱର୍ଦ୍ଧିତ କରାଯାଇ ଥିଲା l କ୍ରୀଡ଼ା ଶିକ୍ଷକ ଏଲିଆସ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ l
What's Your Reaction?






