ବାଲିଗୁଡା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ :

ବାଲିଗୁଡା ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବାଲିଗୁଡା:ଲୋକ୍ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡାର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ ହଲ ପରିସରରେ ଧୁମ ଧାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ. ଡ଼ି. ପି. ଓ ରମେନ୍ଦ୍ର ପ୍ରସାଦ ସମ୍ମାନିତ ଅତିଥି ଭାବେ ବାଲିଗୁଡା ତହସିଲଦାର ଦିପ୍ତୀ ରଞ୍ଜନ ବେହେରା, ବାଲିଗୁଡା ଏନ. ଏ. ସି ଅଧକ୍ଷ ଗୋବିନ୍ଦ ପ୍ରଧାନ, କନ୍ଧମାଳ ହିଁ ସାଂସଦ ଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ସମାଜସେବୀ ସୁଷମା ସାହୁ ମଂଚାସୀନ ଥିଲେ ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜଳନ ସହ ନୈବେଦ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା l ସମାଜରେ ବିଭିନ୍ନ ବର୍ଗରେ ନିରବଛିନ୍ନ ସେବା କରୁଥିବା ସମାଜ ସେବୀକା ଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଆଶା କର୍ମୀ ଅଙ୍ଗନବାଡି କର୍ମୀ, ମହିଳା ସଂଗଠନ ଯୋଗଦେଇଥିଲେ l ବାଲିଗୁଡା ଏନ ଏ ସି କାର୍ଯାଳୟ ପକ୍ଷରୁ କାର୍ଯ୍ୟକ୍ରମ କୁ ସଫଳ ଆୟୋଜନ କରାଯାଇ ଥିଲା l
What's Your Reaction?






