ବାଲିଗୁଡା ରେ ମେରୁଯାତ୍ରା ସମାପନ

ବାଲିଗୁଡା : 14/4 (ଲୋକଆବାଜ.ଇନ/ ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ )
କନ୍ଧମାଳରେ ପାରମ୍ପରିକ ତେର ଦିନିଆ ଦଣ୍ଡ ଯାତ୍ରା ସହ ମେରୁଯାତ୍ରା ସମାପନ l ପରମ୍ପରା ଅନୁସାରେ ତେର ଦିନଧରି ଦଣ୍ଡୁଆ ଭୋକତା ଗଣ ଗୃହ ତ୍ୟାଗ କରି ହବିଷ ଅନ୍ନ ଭକ୍ଷଣ କରି ଦଣ୍ଡ ଯାତ୍ରା ପାଳନ କରୁଥିଲେ l ମେରୁ ଯାତ୍ରାରେ ପାରମ୍ପରିକ ଧୂଳି ଦଣ୍ଡପରେ ଝାମୁ ବା ମେରୁଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଚୈତ୍ର ମାସରେ ପହିଲାରୁ ଆରମ୍ଭ ହୋଇ ୧୩ ଦିନ ଧରି ପାରମ୍ପାରିକ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଥାଏ।
କନ୍ଧମାଳ ଜିଲ୍ଲାର ବିଭିନ୍ନ ସହରରେ ଗାଁ ରେ ଆଜି ଏହି ମାନସିକ ପର୍ବକୁ ବେଶ୍ ଆନନ୍ଦ ଉଲ୍ଲାସ ନୀତିକାନ୍ତି ଅନୁସାରେ ପାଳନ ହୋଇଥିବା ବେଳେ ବାଲିଗୁଡ଼ା ର ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଏହି ପାରମ୍ପରିକ ମାଆ ଦକ୍ଷିଣ କାଳୀଙ୍କ ମେରୁ ଯାତ୍ରା ରେ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ମାନସିକଧାରୀ,ଭକ୍ତ ଶ୍ରାଦ୍ଧାଳୁ ଯୋଗ ଦେଇଥିଲେ । ମେରୁଯାତ୍ରା ରେ ଢୋଲ ମହୁରୀ ଘଣ୍ଟା କାହାଳି ହୁଳହୁଳି ସହିତ କଳା ରୁଦ୍ର ମଣି କି ଭଜେ ଧ୍ୱନିରେ ପ୍ରକମ୍ପିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଥିଲା । ବାଲିଗୁଡା ଅଞ୍ଚଳ ରେ ଏହି ପରମ୍ପରା ଦୀର୍ଘ ଶହେ ବର୍ଷ ରୁ ଉର୍ଦ୍ଧ ହେବ ଅଦ୍ୟାବଧି ପ୍ରଚଳିତ ରହିଛି l
What's Your Reaction?






