ବିଜୁ ପଟ୍ଟନାୟକ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ରେ ନବାଗତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ

Sep 3, 2024 - 05:44
 0  44
ବିଜୁ ପଟ୍ଟନାୟକ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ରେ ନବାଗତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ

ସୋନପୁର:ଲୋକ୍ ଆବାଜ୍,ଇନ୍ ( ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ଙ୍କ ସ୍ଵାଗତ ସମାରୋହ ଉତ୍ସବ ପାଳନ ହୋଇଛି l ମୁଖ୍ୟ ଅତିଥି ଭାବରେ ଏଡିଏମ୍ ଅଞ୍ଜଳୀନl  ପଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରି ଛାତ୍ରୀ ମାନଙ୍କ ପ୍ରକାଶିତ କଳା, ଜ୍ଞାନ ବିଜ୍ଞାନ ଓ ସଂସ୍କୃତି କୁ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ l ସମ୍ମାନୀତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ତlମସି ତମସ୍ମିତା ନାୟକ, କମିଟି ସଭାପତି ଅଭିମନ୍ୟୁ କୁଶଳ ଓ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଈ ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ୧୮୦ ଜଣ ନବାଗତା ଝିଅ ଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ରେ ପ୍ରତି ଯୋଗିତା ହୋଈ ଥିଲା l ଯେଉଁଥିରେ ସ୍ନେହା ରାଣୀ ଦାଶ ରାଜନୀତି ବିଜ୍ଞାନ ବିଭାଗ ମିସ୍ ଫ୍ରେଶର ଓ ଜ୍ୟୋତିର୍ମୟୀ ସାହୁ ପ୍ରାଣୀ ବିଜ୍ଞାନ ବିଭାଗ ର ଛାତ୍ରୀ ମିସ୍ ଦିୱା ବିଜୟୀ ମୁକୁଟ ପାଇଁ ଯୋଗ୍ୟତା ହାସଲ କରିଥିଲେ l

ଅଧ୍ୟକ୍ଷା ରିତା ରାଣୀ ପୂଝାରୀ ତତ୍ଵା ବଧlନ  ରେ ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇଛି l  ମୁଖ୍ୟ ଅତିଥି ଏ ଡି ଏମ ଛାତ୍ରୀ ଙ୍କ ସହ ନାଚ ଗୀତ ରେ ସାମିଲ ହୋଇ ଖୁବ ମଜା ନେଇଥିଲେ l ଅର୍ପିତା ପଟ୍ଟନାୟକ  ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପୁର୍ଣିମା ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ଅଧ୍ୟାପିକା ସଞ୍ଜୁ ରାଣୀ ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସଙ୍ଗୀତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ସାଂସ୍କୃତିକ କାର୍ଯକ୍ରମ କୁ କାଜଲ ଓ ସମ୍ପତ୍ତି ପରିଚାଳନା କରିଥିବା ବେଳେ ବିଚାରକ ଭାବରେ ପ୍ରୀତି ପାଣିଗ୍ରାହି, ଆଲିଆ ବଗର୍ତ୍ତି, ଶୁଭଶ୍ରୀ, ପୁଜା ଓ ଶିବାନୀ ଯୋଗ ଦେଇ ମିସ୍ ଫ୍ରେସର୍ ଓ ମିସ୍ ଦିୱା ଙ୍କୁ ମନୋନୀତ କରିଥିଲେ l

What's Your Reaction?

like

dislike

love

funny

angry

sad

wow