ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଶାସନ ସମ୍ବଲପୁର ପକ୍ଷରୁ କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ଆଇଡିଏଲ ପବ୍ଲିକ ସ୍କୁଲ ରେ ବିକାଶ ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ୧୩ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା l ବିଦ୍ୟା ବିକାଶ ଅନୁଷ୍ଠାନ ଶାସନ ସମ୍ବଲପୁର ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ , ସ୍କୁଲ୍ ର ଚେୟାରମେନ୍ ଦେବେନ୍ଦ୍ର ପଧାନ, ପ୍ରିନ୍ସିପାଲ୍ ଅନୁଶୟା ପଧାନ, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ମାର୍କେଟିଂ ମ୍ୟାନେଜର ସୁବଳ ପଧାନ , ପୀୟୁଷ ସିଂହ, ମିଷ୍ଟର ଜନସନ ଓ ଆଇଡିଏଲ ସ୍କୁଲ୍ ର ଇଂରାଜୀ ଶିକ୍ଷକ ଜସପାଲ୍ ଷଡ଼ଙ୍ଗୀ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଉତ୍ସାହିତ କରିଥିଲେ l ଆଦ୍ୟାସା ବାରିକ୍, ଆଦ୍ୟାସା ଅମାତ୍, ସ୍ଵପ୍ନା ପାଣ୍ଡେ, ଇସିକା ଇପିସା ମେହେର, ଆୟୁଷ୍ମାନ ମେହେର, ରାହୁଲ ମେହେର, ବିଶ୍ୱଜିତ୍ ସ୍ବାଇଁ, ସ୍ଵସ୍ତିକ କୁମାର୍ ସାହୁ, ଜେନିତ ଆରୀୟନ୍ ଗୁରୁ, ମଧୁ ଚନ୍ଦା ବାଗ, କ୍ରିତିବାସ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ, ସ୍ଲେଶା ସମର୍ପିକା ସାହୁ ପ୍ରମୁଖ ୧୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ବିଦ୍ୟା ବିକାଶ ଅନୁଷ୍ଠାନ ଶାସନ ସମ୍ବଲପୁର ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରାୟ ସମସ୍ତ ସ୍କୁଲ୍ ମାନଙ୍କରେ ଛାତ୍ର ଛାତ୍ରୀ ଙ୍କ ଟ୍ୟାଲେଣ୍ଟ ବୃଦ୍ଧି ପାଇଁ ବିଭିନ୍ନ ପରୀକ୍ଷା ସବୁ ଆୟୋଜନ କରାଯାଉଥିବା ସୂଚନା ମିଳିଛି l
What's Your Reaction?