ବିରୋଧ ସତ୍ତ୍ୱେ ମିନିଷ୍ଟାଡିୟମ ରେ ରାବଣ ପୋଡି ଓ ସଂସ୍କୃତିକ କାର୍ଯ୍ୟକ୍ରମ ଜାରି

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡା ମିନି ଷ୍ଟାଡିୟମ ରେ ହେବାକୁ ଥିବା ରାବଣ ପୋଡି ଓ ନାଟକ କାର୍ଯ୍ୟକ୍ରମ କୁ କ୍ରୀଡାବିତ ଙ୍କ ବିରୋଧ l କ୍ରୀଡ଼ାବିତ ଙ୍କ କହିବା କଥା ଯେ ଷ୍ଟାଡିୟମ ରେ ରାବଣ ପୋଡି ଓ ନାଟକ କାର୍ଯ୍ୟକ୍ରମ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ରୋପଣ କରାଯାଇ ଥିବା ଲେମନ ଗ୍ରାସ ନଷ୍ଟ ହେବା ସହିତ ପଡିଆ ରେ କଣ୍ଟାପଡି ଖେଳାଳୀ ଙ୍କ ଗୋଡ଼ରେ ପସିବ l ଷ୍ଟେଜ ନିର୍ମାଣ ଓ ଟେଣ୍ଟ ହେଲେ ଗାତଖୋଳାଯାଇ ପଡିଆ ନଷ୍ଟହେବ l
ଶନିବାର ଷ୍ଟାଡିୟମ ରେ ଯାତ୍ରା କୁ ମନା କହି ଖେଳାଳୀ ମାନେ ଫାଟକ କୁ ତାଲା ପକାଇ ଷ୍ଟାଡିୟମ ଆଗରେ ଧାରଣା ବସି ଥିଲେ l ଖବର ପାଇ ବାଲିଗୁଡା ଥାନା ପୋଲିସ ଓ ମାଆ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସଦସ୍ୟ ଗଣ ପହଞ୍ଚି ଧାରଣା ରତ ଖେଳାଳୀ ଙ୍କୁ ଉଠାଇ ଥିଲେ l ରାବଣ ପୋଡି ଯୋଗୁଁ ବାଣ ଫୁଟି ଶବ୍ଦ ପ୍ରଦୂଷଣ ହେବ l ପକ୍ଷୀ କୀଟ ପତଙ୍ଗ ଓ ପରିବେଶ ପ୍ରତି ଏହା ବିପଦ ପୂର୍ଣ୍ଣ ବୋଲି ମଧ୍ୟ ଅଭିଯୋଗ ହେଉଛି l ଏନେଇ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ଉପଦେଷ୍ଟା ଡ଼ ବିଚିତ୍ରା ନନ୍ଦ ଆଚାର୍ଯ୍ୟ ପ୍ରତିକ୍ରିୟା ରେ କହିଛନ୍ତି ଯେ ରାସ୍ତା ବ୍ଲକ ହେବାଯୋଗୁଁ ପ୍ରଶାସନ ପଡିଆ ରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ପ୍ରଶାସନ ର ନିଷ୍ପତ୍ତି ଅନୁସାରେ ଆମେ କାର୍ଯ୍ୟକ୍ରମ କରୁଛୁ l ପ୍ରଶାସନ ଓ ବାଲିଗୁଡା ର ସମସ୍ତ ପୂଜା କମିଟି ର ମିଳିତ ବୈଠକ ରେ ଏହା ନିଷ୍ପତ୍ତି ନିଆଯାଇଛି l ସୂଚନାଯୋଗ୍ୟ ଯେ ମିଳିତ ବୈଠକ ରେ ଉପଖଣ୍ଡ କ୍ରୀଡା ସଙ୍ଘ ର ପଦାଧିକାରୀ ଓ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଇ ନ ଥିଲା l
What's Your Reaction?






