ବେହେରାପଡ଼ା ମାଁ ମାହେଶ୍ୱରୀ ପୀଠ ରେ ଷୋହଳ ପୂଜା ଆରମ୍ଭ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସ୍ବରୀ ପଞ୍ଚାୟତ ବେହେରାପଡ଼ା ମାଁ ମାହେଶ୍ୱରୀ ପୀଠ ଠାରେ ଷୋହଳ ପୂଜା ଆରମ୍ଭ ହୋଇଯାଇଛି |ପୂଜାକାର୍ଯ୍ୟ କୁ ପୀଠ ର ପୂଜକ ବିଶେଶ୍ଵର ଦେହୁରୀ ସମସ୍ତ ରୀତି ନୀତି ରେ ପୂଜା କରିଥିଲେ |ବରୁଆ -କାର୍ତ୍ତିକ ମେଣ୍ଡିଲି, ମକୁନ୍ଦ କର୍ମୀ, ବିଶ୍ଵାମିତ୍ର ପ୍ରଧାନ ଙ୍କ ସହିତ କେନ୍ଦ୍ରର ସମସ୍ତ ଜାତି ଭାଇ ଉପସ୍ଥିତ ଥିଲେ | କେନ୍ଦ୍ର ର ସଭାପତି ସଞ୍ଜିତ କୁମାର ଅମାତ ଓ ସମ୍ପାଦକ ସରୋଜ ପାତ୍ର, ଉପସଭାପତି ଗୋପବନ୍ଧୁ ପ୍ରଧାନ, ସହସମ୍ପାଦକତରଣୀ ସେନ କର୍ମୀ ସହଯୋଗ କରିଥିଲେ l
What's Your Reaction?






