*ବୌଦ୍ଧ ଜିଲ୍ଲା ଜିଆଁକଟା ଗ୍ରାମ ନିକଟରେ ବାଣ ଗୋଦାମରେ ଅଗ୍ନିକାଣ୍ଡ*-, *ଜଣେ ମୃତ ୭ ଗୁରୁତର* - *ଏସପି ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି
ବୌଦ୍ଧ:୨୧/୯(ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଆଜି ରବିବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଜିଆଁକଟା ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ହୋଇ ଘଟଣା ସ୍ଥଳ ରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି |
ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ବିସ୍ଫୋରଣ ଫଳରେ ଗୋଦାମ ଗୃହ ସମ୍ପୁର୍ଣ୍ଣ ଧୁଳି ସାତ ହେବା ସହ ଆଖ ପାଖ ଅଞ୍ଚଳର ଘର ଓ ବିଭିନ୍ନ ସୋ ରୁମ ଗୁଡିକର କାଚ ଭାଙ୍ଗି ଯାଇ ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି l ଗୁରୁତର ଆହତ ୩ ଜଣ ଗୁରୁତର ଙ୍କୁ ପୁରୁଣା କଟକ ଓ ବୌଦ୍ଧ ଡାକ୍ତରଖାନା ସ୍ଥାନାନ୍ତର କରା ଯାଉଥିବା ବେଳେ ୪ ଜଣ ଙ୍କୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି l ବୌଦ୍ଧ ଜିଲ୍ଲା ଏ ଡି ଏମ, ଉପ ଜିଲ୍ଲାପାଳ, ଓ ଜରୁରୀ କାଳୀନ ଅଧିକାରୀ ଙ୍କ ଉପସ୍ଥିତି ରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗୁରୁତର ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଂକା କରା ଯାଉଛି l ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଲୋକ ଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓ୧୧ ଚିକିତ୍ସା ପାଇଁ ପୁରା ସଜାଗ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି l ଯେହେତୁ ବାଣ ଗୋଦାମ ପାର୍ଶ୍ଵ ରେ କୋଡ଼ିଏ ପଚିଶ ଟି ଘର ଭୂକମ୍ପ ଭଳି ଲୋକ ଙ୍କ ଅନୁଭୂତି ହୋଇଛି, ଘଟଣା ପରେ ଗାଁ ଲୋକେ ଭୟ ରେ ଘର ବାହାର କୁ ବାହାରି ଆସିଛନ୍ତି, ଏହାକୁ ସନ୍ଧୟ କରି ସନ୍ଧ୍ୟାରେ ବୌଦ୍ଧ ଏସପି ଘଟଣା ସ୍ଥଳ ପରିଦର୍ଶନ କରି ଅନେକ ଦିଗରେ ତଦନ୍ତ କରୁଥିବା ଖବର ମିଳିଛି l ଏବଂ ସନ୍ଧ୍ୟା ୭ ଟା ଯାଏ ବି କିଛି ଆହତ କିମ୍ବା ଗୁରୁତର ଲୋକ ମାଟି ତଳେ ପୋତି ହୋଇଥିବା ଅନୁମାନ କରି ଏସପି ଙ୍କ ଉପସ୍ଥିତି ରେ ଓଡ୍ରାପ ଟିମ୍ ତନାଘନା ଜାରି ରଖି ଥିବା ସୂଚନା ମିଳିଛି
What's Your Reaction?