ବ୍ଲକସ୍ତରୀୟ ପାଚିକା ଓ ସହାୟିକାମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସଇଁତଲା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ଥିବା ପାଚିକା ଓ ସହାୟିକାମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାତିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଥିବା ଡିଇଓ ବିକାଶ ସାହୁଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଉତ୍ସବରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ ଓ ସିଆରସିସି ମାନେ ଉପସ୍ଥିତ ଥିଲେ l ଏହି ତାଲିମ ଶିବିରରେ ଛନଛଡା, ଡୁମେରମୁଣ୍ଡା, ଟିକ୍ରାପଡା, ଝିଙ୍କିଡୁଙ୍ଗୁରି, ଖରସେଲବାଞ୍ଜି, ଗଣ୍ଡପତ୍ରାପାଲି 6 ଗୋଟି କ୍ଲଷ୍ଟର ପାଚିକା ଓ ସହାୟିକାମାନେ ଉପସ୍ଥିତ ଥିଲେ l ପ୍ରଥମେ ପାଚିକାମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ବିଦ୍ୟାଳୟର ପାଚିକାମାନେ ଭାଗ ନେଇଥିଲେ । ଏହାପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିପରି ଭାବେ ପରିଷ୍କାର ପରିଚ୍ଛନ୍ନତା ତଥା ଚାଉଳ, ପନିପରିବାକୁ ପାଣିରେ ଧୋଇବା ପରେ ରୋଷେଇ କାର୍ଯ୍ୟ ତୁଲାଇବେ ସେ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା l ଏହି ଶିବିରରେ ଆରପି ତଥା ସିଆରସିସି ମନ୍ଦର ଦୀପ, ମନୋଜ ସାହୁ, ପ୍ରମୋଦ ବୁଡ଼େକ, ହିମାଂଶୁ ବେହେରା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏହି 6 ଗୋଟି କ୍ଳଷ୍ଟରର ପାଚିକାମାନଙ୍କୁ ନେଇ ଇନ୍ଧନ ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ 100 ଜଣ ପାଚିକାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରସିସି ଶେଷଦେବ ପ୍ରଧାନ, ଉପେନ୍ଦ୍ର ନନ୍ଦ, ବିନୋଦ ନାଗ, ଟିକେଶ୍ୱର ଭୋଇ, ଚିନ୍ତାମଣୀ ସାହୁ, ପର୍ଶୁରାମ ମୁଣ୍ଡା, ଲକ୍ଷରାଜ ମେହେର, ହରି ନାଗ , ଶମ୍ବୁ ପ୍ରସାଦ ନାଏକ ଙ୍କ ସମେତ ପାଚିକା ଓ ସହାୟିକାମାନେ ସାମିଲ ହୋଇଥିଲେ l
What's Your Reaction?






