ଭଟାପଲା ମହୋତ୍ସବ.... ନାଚ ଗୀତ ରେ ଝୁମୁଛନ୍ତି ଲୋକେ
କର୍ଲାମୁଣ୍ଡା:୫/୧(ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତ ଭଟାପଲା ଠାରେ ଗ୍ରାମବାସୀ ତଥା ଅଲେଖ ମହିମା କମିଟି ପକ୍ଷରୁ ଆୟୋଜିତ ଭଟାପଲା ମହୋତ୍ସବ ଗୁରୁବାର ଠୁଁ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପ୍ରତ୍ୟେକ ରାତିରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହୁଛି।ରବିବାର ଚତୁର୍ଥ ରାତିରେ ଆୟୋଜିତ ସଭା କାର୍ଯ୍ୟ ରେ ସରପଞ୍ଚ ସୁବାଷ ସାହୁଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ତଥା ଯୁବ ନେତା ଅବିନାଶ ଠାକୁର,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଖବରଦାତା ପ୍ରଦୀପ କୁମାର ସାହୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ର ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ସମାଜ ସେବୀ ଗୋବିନ୍ଦ ଅଗ୍ରୱାଲ, ବିଜେପି ମଣ୍ଡଳ ସଭାପତି ଡୋଳାମଣୀ ଭୋଇ, ବିଜେପି ନେତା ଗଣେଶ କୁମାର, ଟିକେଧର ରଣା, ବେଦବର ସାହୁ ପ୍ରମୁଖ ଯୋଗ ଦେଇ ଭାଇଚାରା,ଏକତା ଭାବ ସୃଷ୍ଟି ହେବା ସହ କଳା ସଂସ୍କୃତି ଓ ପରମ୍ପରା କୁ ବଞ୍ଚେଇବାର ପ୍ରୟାସ କୁ ପ୍ରସଂଶା କରିଥିଲେ।
ସଭା କାର୍ଯ୍ୟ ରେ ତେଜ ରାଜ୍ ସାହୁ,ରମେଶ ସାହୁ ଓ ମୁକେଶ ସାହୁ ପରିଚାଳନା କରିଥିବାବେଳେ ପରିଚାଳନା କମିଟିର ସଭାପତି ଵିଷ୍ଣୁ କୁମାର, ସମ୍ପାଦକ ବିଶ୍ଵାମିତ୍ର ଭୋଇ, କୋଷାଧ୍ୟକ୍ଷ ସମ୍ପଦ କୁମାର,ସହ ସମ୍ପାଦକ ବିଜୟ ସାହୁ,ଉପ ସଭାପତି ସରୋଜ ସାହୁ,ଉପଦେଷ୍ଟା କମିଟି ସଭ୍ୟ କ୍ଷୀର ସାଗର କୁମାର, ପୂର୍ବତନ ସରପଞ୍ଚ ମାଧବ ସାହୁ,ବାବୁଲି ସାହୁ ଙ୍କ ସମେତ ଅଲେଖ ମହିମା କମିଟି ର ସମସ୍ତ ସଭ୍ୟ ଓ ଗ୍ରାମ ବାସୀ ସହଯୋଗ କରିଥିଲେ।
ମହୋତ୍ସବ ଟି ମଙ୍ଗଳବାର ଉଦଯାପିତ ହେବାକୁ ଥିବା ଜଣାପଡିଛି।
What's Your Reaction?