ମ.ରାମପୁରରେ ୭୯ତମ ସ୍ୱାଧୀନତା ଦିବସ

Aug 15, 2025 - 10:57
Aug 15, 2025 - 11:26
 0  16
ମ.ରାମପୁରରେ ୭୯ତମ ସ୍ୱାଧୀନତା ଦିବସ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)
                           କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ସର୍ବସାଧାରଣସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟ ଅତିଥିଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ସମବେତ ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ ,ଯୁବସମାଜ,ବୁଦ୍ଧିଜୀବିଙ୍କୁ ସମ୍ବୋଧିତ କରିବାକୁ ଯାଇ:ସ୍ୱାଧୀନତା ଆମକୁ ଶାନ୍ତିର ବର୍ତ୍ତା ଦେଇଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ସମ୍ମାନୀତ ଅତିଥିଭାବରେ ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ,ତହସିଲଦାର୍ ସୁଶ୍ରୀ ମିମାଂସା ସାହୁ,ଥାନାଧିକାରୀ ବୀରବର ଭଗତ,ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିଲେ ।  ଆୟୋଜିତ ପ୍ୟାରେଡ଼ ପ୍ରତିଯୋଗୀତାର କନିଷ୍ଠ ବିଭାଗରେ ବିଜୟୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଉପବିଜେତା ଶ୍ରୀ ଏଜୁକେଶନ ବାଳକ ଦଳ ହେଇଥିବାବେଳେ ବରିଷ୍ଠ ବିଭାଗରେ ବିଜୟୀ ଶ୍ରୀ ଏଜୁକେଶନ ଛାତ୍ରୀ(ମହାବିଦ୍ୟାଳୟ) ଓ ଉପବିଜେତା ଖଡ଼ଗରାୟ ସ୍କାଉଟ୍ ଦଳ,ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥି ସହିତ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ଅନ୍ୟ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥ୍‌ôମାନେ ପୁରସ୍କୃତ କରିଥିଲେ । ପ୍ୟାରେଡ଼ର ବିଚାରକ ଭାବରେ ନର୍ଲା ରେଂଜ ଅଧିକାରୀ ଭରତ ବନ୍ଧୁ ଶବର,ମ.ରାମପୁର ରେଂଜ ର ମ.ରାମପୁର ବନପାଳ ଦୀପକ କୁମାର ସା,ଅବକାରୀ ଅଧିକାରୀ ଦେବାଶିଷ ସିର୍‌ଦର୍ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ୟାରେଡ଼କୁ ସୂର୍ଯ୍ୟକାନ୍ତ ଦଳବେହେରା,ନିତେଶ କୁମାର ମି

ଶ୍ର,କ୍ଷୀରାବ୍ଧି ବେହେରା ଓ  କୁଳମଣି ପାତ୍ର ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିବାବେଳେ ଏଇଇ ବଲବିନ୍ଦର ସିଂଯାଦବ,ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ନାୟକ,ଏପିଓ ଅଭିଳାଷା ସିଂହଦେଓ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଡ଼ିଓ ଶ୍ରୀ ସେଠୀ ଧନ୍ୟବାଦାର୍ପଣ କରିଥିଲେ । 

What's Your Reaction?

like

dislike

love

funny

angry

sad

wow