ମହାଶକ୍ତି ତରଫରୁ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର

Nov 24, 2024 - 21:04
 0  13
ମହାଶକ୍ତି ତରଫରୁ ସ୍ବାସ୍ଥ୍ୟ ପରୀକ୍ଷଣ  ଶିବିର

ବଲାଙ୍ଗୀର:ଲୋକ ଆବାଜ. ଇନ(ବ୍ୟୁରୋ)

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଗୁଡଭେଳା ବ୍ଲକ ଛକ ଠାରେ ଏଲ୍ ଟି ଆଇ ମାଇଣ୍ଡ ଟ୍ରୀ ଫାଉଣ୍ଡେସନ ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଗତ ତିନି ଦିନ ଧରି ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଗୁଡଭେଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡ଼ା. ସୁରଜ ବେହେରା ଓ ସ୍ୱାସ୍ଥ ଅଧିକାରୀ ଡ଼ା. ଈପ୍ସିତା ବେହେରା, କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିବା ବେଳେ ବଲାଙ୍ଗୀର ରୁ ଡ଼ାକ୍ତର ଗୋଦାବରୀଶ ରଥ, ମହାଶକ୍ତି ର ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ରୀମତୀ ପ୍ରଜ୍ଞାରାଣୀ ବାରିକ ଓ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ, CRP ମାନେ ଯୋଗ ଦେଇ ୨୩୦ ରୁ ଉର୍ଦ୍ଧ ଲୋକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ସେବା ଦେଇଥିଲେ। ଗୁଡଭେଳା ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ମହାପାତ୍ର କାର୍ଯକ୍ରମ ର ଦିତୀୟ ଦିନ ରେ ପଦାର୍ପଣ କରି ନିଜ ସ୍ୱାସ୍ଥ ପରୀକ୍ଷା କରାଇଥିଲେ | ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ରେ ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟ ଏ ଟି ଏମ ମେସିନ ସହାୟତା ରେ ରୋଗୀଙ୍କ ୧୫ ରୁ ଉର୍ଦ୍ଧ ପ୍ରକାରର ପରୀକ୍ଷା କରାଯାଇ ପରାମର୍ଶ ସେବା ର ଆୟୋଜନ କରାଯାଇଥିଲା | ବେଦମାତା ଅନୁଷ୍ଠାନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର, ଟେକ୍ନିସିଆନ୍ ଇଞ୍ଜିନିୟର ଶ୍ରୀ ଗଣେଶ ଶିବରାମନ୍ ସ୍ବାସ୍ଥ୍ୟ ଏଟିମ କୁ ପରିଚାଳନା କରିଥିଲେ। ଅଞ୍ଚଳରେ ରକ୍ତ ହୀନତା, ବ୍ଲଡ଼ ପ୍ରେସର୍, କିଡନୀ, ହାଇପର ଏସିଦଡିଟି , ଏନିମିଆ ଇତ୍ୟାଦି ରୋଗ ଅଧିକ ମାତ୍ରାରେ ଥିବା କଥା ଡ଼ାକ୍ତର ମାନେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବ୍ଲକ ସଂଯୋଜକ ଧର୍ମ ସାଗର ପଧାନ ତିନିଦିନ ପରିଚାଳନା କରିଥିଲେ ସମସ୍ତ CRP ମାନେ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow