ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରାଲି ଅନୁଷ୍ଠିତ...... ସାଇକେଲ ରାଲି ରେ ସାମିଲ ହେଲେ ଜିଲ୍ଲାପାଳ

Nov 29, 2025 - 20:21
 0  19
ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରାଲି ଅନୁଷ୍ଠିତ...... ସାଇକେଲ ରାଲି ରେ  ସାମିଲ ହେଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, ୨୯/୧୧ (ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ରାଷ୍ଟ୍ରୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନା କାର୍ଯ୍ୟକ୍ରମ ଅବସରରେ ଏକ ସାଇକେଲ ରାଲୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ପୌଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ବିଷୟରେ କହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପୌଷ୍ୟ ସନ୍ତାନ ଗ୍ରହଣ ର ବିଭିନ୍ନ ସୋପାନ ତଥା ଆବଶକୀୟ ତଥ୍ୟ ଉପସ୍ଥାପନ କରିଥିଲେ l

 ଏହି ଅବସରରେ ଏକ ସଚେତନତା ସାଇକେଲ ରାଲୀ କୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ସାହୁ ନିଜେ ସାଇକଲ ଚଲାଇ ରାଲିରେ ସାମିଲ ହେବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସମାଜକୁ ସଚେତନ କରାଯାଉଥିବା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋନପୁର କଲେଜ ଏନସିସି, ପଦ୍ମିନୀ ଦେବୀ କଲେଜ, ମଡେଲ ଡ଼ିଗ୍ରୀ କଲେଜର ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଗୌତମ ମହାପାତ୍ର, ବିଜୟ ବିଶ୍ୱାଳ, ଥବିର କାଲସେ, ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର, ଜିତେନ୍ଦ୍ର ମଣ୍ଡଳ, ସରିତା ସୁନା, ମାନିନୀ ମହାନ୍ତି, ମୃତୁଞ୍ଜୟ, ଅନିଲ ମହଲା ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow