ରିଙ୍ଗାପଡାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Oct 17, 2024 - 08:59
 0  11
ରିଙ୍ଗାପଡାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

କଣ୍ଟାମାଳ:ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ମାନବ ସେବା ସଦନ ରୁଗୁଡ଼ିପାଲି ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ମିଳିତ ଆନୁକୂଲ୍ୟରେ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ରିଙ୍ଗାପଡା ସଦାନନ୍ଦ ହାଇସ୍କୁଲରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l

 ଶିବିରରେ ସର୍ବମୋଟ ୧୧୩ଜଣ ଚକ୍ଷୁରୋଗୀ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୨ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପଣ୍ଡାପାଲି ସ୍ଥିତ ଚିକିତ୍ସାଳୟକୁ ନିଆଯାଇଛି l ଦୃଷ୍ଟି ବିଜ୍ଞାନ ଚିକିତ୍ସକ ମନୋଜ କୁମାର ସାହୁ, ଜିଲା ପ୍ରସାରଣ ସଂଯୋଜକ ଧର୍ମରାଜ ନାଏକ, ଆଟେଣ୍ଡେଣ୍ଟ ଭୁଜରାଜ ପଧାନ, ଦୃଷ୍ଟିଶକ୍ତି ବିଶେଷଜ୍ଞ ଯୋଗେଶ୍ୱରୀ କୁଅଁର, ରିପଞ୍ଜଳି ମଲିକ ଯୋଗଦେଇ ରୋଗୀଙ୍କୁ ପରୀକ୍ଷା କରିଥିଲେ l ଜିଲାପରିଷଦ ସଦସ୍ୟା ସୁମିତ୍ରା ସାହୁ ମୁଖ୍ୟଅତିଥି, ନାରାୟଣପ୍ରସାଦ ସରପଞ୍ଚ ତାରାକାନ୍ତି ମାଝୀ, ନିର୍ବାହୀ ଅଧିକାରୀ ଭୁଲେଶ୍ୱର ନାଗ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ସମାଜସେବୀ ସତ୍ୟନାରାୟଣ ମାଝୀ, ସାମ୍ବାଦିକ ପ୍ରଭାତ କୁମାର ସାହୁ, ରିଙ୍ଗାପଡା ହାଇସ୍କୁଲର ଖେଳ ଶିକ୍ଷକ ମୁରଲୀଧର ରଣା, ସହକାରୀ ଶିକ୍ଷକ ଶେଷ ଦେବ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିବା ସହିତ ଜିଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ଉକ୍ତ ଶିବିର ଆୟୋଜନକୁ ପ୍ରଶଂସା କରିଥିଲେ l ବିଦ୍ୟାଳୟ କର୍ମଚାରୀ ପ୍ରବେଶ ସେଠି, ରାଜେନ୍ଦ୍ର ସାହୁ, ଶିବ ସାହୁ ସହଯୋଗ କରିଥିଲେ l ମାନବ ସେବା ସଦନ ସଂଗଠନ ସଭାପତି ବଳରାମ ବାଘ, ସମ୍ପାଦକ ବଂଶୀଧର ମାଝୀ, ସଦସ୍ୟ ସୁଶାନ୍ତ ବାରିକ, ପ୍ରଦୀପ ସାହୁ, ଗଜାନନ ପ୍ରଧାନ, ଜିତେନ୍ଦ୍ର ଭୋଇ, ନବୀନ ଠେଲା, ସୁଶାନ୍ତ ଭୋଇ, ଲବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow