ଲଭ୍ ସେକ୍ସ୍ ଧୋକା l ବିବାହିତା ମହିଳା ଙ୍କୁ ଶାରରୀକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
:ଲଭ୍ ସେକ୍ସ୍ ଧୋକା l ପ୍ରଥମେ ପ୍ରେମ ଭଲପାଇବା ଏଵଂ ବିବାହ ର ପ୍ରତିଶ୍ରୁତି ଦେଇ ଶାରରୀକ ସଂପର୍କ ଆଉ ବର୍ତ୍ତମାନ ଧୋକା ଦେଇ ଶାରରୀକ ଓ ମନସିକ ନିର୍ଯ୍ୟାତନା ସହ ସୁନା ରୁପା ଲୁଟିଥିବା ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ ହୋଇଛି l ସୁଚନାଯୋଗ୍ୟ ଯେ ବାଲିଗୁଡ଼ା ବଜାର ସାହିର ଲିଟୁ ସାହୁ ନାମକ ଜଣେ ବିବାହିତ ଯୁବକ ପୂଜାରୀ ସାହିର ଜଣେ ବିବାହିତ ମହିଳା ଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ର ପ୍ରତିଶୃତି ଦେଇ ଦେଢ଼ବର୍ଷ କାଳ ସ୍ଵାମୀ ସ୍ତ୍ରୀ ଭଳି ଶାରରିକ ସମ୍ପର୍କ ରହିବା ପରେ ଗର୍ଭସ୍ଥ ଶିଶୁ କୁ ଜବରଜସ୍ତ ଗର୍ଭପାତ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା l ସୂଚନାଯୋଗ୍ୟ ଯେ ଲିଟୁ ସାହୁ ବିବାହିତ ହୋଇ ମଧ୍ଯ ଅବିବହିତ କହି ସଂପର୍କ ସ୍ଥାପନ କରିଥିଲା l ମହିଳା ଜଣକ ପିନ୍ଧିଥିବା ସୁନା ଗହଣା ଲୁଟିନେଇଥିବା କଥା ବି କହିଛନ୍ତି l ଆଜି ଲିଟୁ ସାହୁ ଓ ଲିଟୁ ସାହୁ ଙ୍କ ଭଉଣୀ ଜୋଇଁ ସମତେ ପରିବାର ର ସମସ୍ତ ଲୋକ ଘର ର କବାଟ ବନ୍ଦ ରଖି ନିର୍ଦ୍ଧୁମ ମାଡ଼ ମାରିଥିଲେ l ଲିଟୁ ସାହୁ ଙ୍କ ଭଉଣୀ ଜୋଇଁ ଶିକ୍ଷକ ଭାବରେ କାର୍ଯ୍ୟରତ ସରଜ ସିଂ ମହିଳା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ନକ୍ସଲ ସହିତ ମୋର ହାତ ଅଛି ତତେ ସହିତ ତୋ ପରିବାର କୁ ଉଡେଇ ଦେବି ବୋଲି ଧମକ ଦେଇଥିବା କହିଛନ୍ତ l ଏନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା l ଆଇନ୍ ଅନୁଯାୟୀ ତୁରନ୍ତ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେବା ସହିତ ବିବାହିତ ମହିଳା ଙ୍କୁ ନ୍ୟାୟ ଦେବାପାଇଁ ମାଳାଞ୍ଚଳ ଆଞ୍ଚଳିକ କମିଟି ଦାବୀ କରିଛି l ବାଲିଗୁଡା ଥାନା ରେ ଏ ନେଇ କେସ ନମ୍ବର୍ ୨୨୦/୨୪ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା କହିଛନ୍ତି ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ l ତେବେ ଅଭିଯୁକ୍ତ ମାନଙ୍କୁ କି ପ୍ରକାର କାର୍ଯ୍ୟନୁଷ୍ଠାନ ପୋଲିସ୍ ନେଉଛି ସହରବlସୀ ଅପେକ୍ଷା କରିଛନ୍ତି l
What's Your Reaction?






