ଲୁଣ୍ଡୁରୁ ଗ୍ରାମରେ ମାଁ ଡେଲାଗୁରୁ ଯାତ୍ରା ପାଳିତ l

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ଲୁଣ୍ଡୁରୁ ଗ୍ରାମରେ ତୁର୍କା ପ୍ରଗଣାର ଆଦିବାସୀ ପର୍ବ ମାଁ ଡେଲାଗୁରୁ ଯାତ୍ରା ପାଳିତ ହୋଇଯାଇଛି l ଦେବୀ ପୂଜକ ଝାଙ୍କର ନରୋତ୍ତମ ଦେହୁରୀଆ, ଦେହୁରୀ ବିଦ୍ୟାଧର ଭୋଇ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥିଲେ l କାଳିସୀଙ୍କ ଦେହରେ ଦେବୀ ସବାର ହେବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ପରିବାରର ମଙ୍ଗଳ କାମନା କରିଥିଲେ l ଉକ୍ତ ଯାତ୍ରାରେ ଶହ ଶହ କୁକୁଡ଼ା ଓ ବୋଦା ବଳି ଦିଆଯାଇଥିବା ବେଳେ ମନୋକାମନା ପୂର୍ଣ୍ଣ ହୋଇଥିବା ଭକ୍ତମାନେ ଆଣିଥିବା ପୋଢ଼ ବଳି ଦିଆଯାଇଥିଲା l ମାଆଙ୍କୁ ଗୁହାରୀ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି l ଲୋକଙ୍କ ମନୋରଞ୍ଜନ ପାଇଁ ରାତିରେ ବରଗଡ଼ ଜିଲା ବରପାଲିର ଉଦିଆଁତରା ମହିଳା ଦଣ୍ଡନୃତ୍ୟ ପରିବେଷିତ ହୋଇଥିଲା l
What's Your Reaction?






