ଶିକ୍ଷକ ଙ୍କ ଦାଦାଗିରି........ ସରକାରୀ କୂଅକୁ ଅକ୍ତିଆର, ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ

Dec 2, 2024 - 21:51
 0  52
ଶିକ୍ଷକ ଙ୍କ ଦାଦାଗିରି........ ସରକାରୀ କୂଅକୁ ଅକ୍ତିଆର, ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଶିକ୍ଷକ ଙ୍କ ଦାଦାଗିରୀ, ଦୁଇ ବର୍ଷରୁ ଉର୍ଦ୍ଧହେବ ସରକାରୀ କୂଅକୁ କରିଛନ୍ତି ଅକ୍ତିଆର ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଟଗଡ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ଗ୍ରାମପଂଚାୟତ ର ମାଦିଗୁଡା ଗାଁ ରେ l

ଦୁଇ ବର୍ଷରୁ ଉର୍ଦ୍ଧ ହେବ ସlର୍ଲିଗୁଡା ସ୍କୁଲ ରେ କାର୍ଯ୍ୟରତ ଶିକ୍ଷକ କୁମାର ଚନ୍ଦ୍ର ଭାଟ ନାମକ ଶିକ୍ଷକ ସରକାରୀ କୂଅ କୁ ମଡିବସି ବାଡ଼ ପକାଇ ଗ୍ରାମବାସୀ ଙ୍କୁ ପାଣି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ପ୍ରତିବାଦ କଲେ ମାଡ଼ ମାରୁଛନ୍ତି l ଶିକ୍ଷକ ଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଭାଟ ଭାଇସ ଚ୍ୟାରମେନ ହୋଇଥିବା ରୁ ପ୍ରଶାସନ କାର୍ଯାନୁଷ୍ଠାନ ନେଉନଥିବା କହିଛନ୍ତି ଗ୍ରାମବାସୀ l ପୂର୍ଵରୁ ଶିକ୍ଷକ କୁମାର ଚନ୍ଦ୍ରଭାଟ ଓ ଭାଇସ ଚ୍ୟାରମେନ ମିଶି ପାଣି ପାଇଁ ଗାଁ ର କିଛି ମହିଳା ଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ଏନେଇ ପୀଡିତା ଜଣକ ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଫଳସୁନ l ଜଣେ ସରକାରୀ ଶିକ୍ଷକ ହୋଇ ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ କୂଅ କୁ ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିଲେ ମଧ୍ୟ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ତାହା ଚକିତ କରୁଛି l ଗାଁ ରେ ସୋଲାର ପମ୍ପ ଅଛି ସତ କିନ୍ତୁ ବହୁ ସମୟରେ ଖରାପ ହେଉଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଖରା ବର୍ଷା ଶୀତ ଦିନରେ ନାଳ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି l

ନାଳର ଦୂଷିତ ଜଳ କୁ ବ୍ୟବହାର କରି ବିଭିନ୍ନ ସମୟରେ ମେଲେରିଆ, ଡ଼ାଇରିଆ ଭଳି ସଂକ୍ରlମକ ରୋଗରେ ପୀଡିତ ହେଉଛନ୍ତି ତେବେ ପ୍ରଶାସନ ଗାଁ ଲୋକ ଙ୍କୁ ଦାଦାଗିରି ଦେଖାଇ ପାଣିବନ୍ଦ କରୁଥିବା ଶିକ୍ଷକ କୁମାର ଚନ୍ଦ୍ର ଭାଟ ଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେଉଛି କେବେ ଗ୍ରାମବାସୀ ଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳୁଛି ତାହା ଦେଖିବାକୁ ବାକି ରହିଲା l

What's Your Reaction?

like

dislike

love

funny

angry

sad

wow