ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ରିଷିଡା:(ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ରିଷିଡା ଗ୍ରାମ ର ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବ ପ୍ରାୟ ଏଗାର ବର୍ଷ ପାଳନ କରିଆସୁଛନ୍ତି ଯାହାକି ପୂର୍ବଦିନରେ ବ୍ୟବସାୟ ନିମନ୍ତେ ଦୀପପୁଞ୍ଜ କୁ ଜାହାଜ ରେ ଯାଇ ବ୍ୟବସାୟ କରିକି ଆସିଥାନ୍ତି ସେହି ପୂର୍ବ ପୁରୁଷ ଙ୍କୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥାନ୍ତି,
ଏହି ଉତ୍ସବ ସଭା ପରିଚାଳନା କରିଥିଲେ ଶ୍ରୀ ଶ୍ରୀ ରାମଚନ୍ଦ୍ର ଗ୍ରାମ୍ୟ ସମିତି ର ସମ୍ପାଦକ ପଦ୍ମକିଶୋର ସାହୁ ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଦଧିବାବନ ଗ୍ରାମ୍ୟ ସମିତି କଣ୍ଟାମାଳ ର ସଭାପତି ଶ୍ରୀ ରାମେଶ୍ୱର ସାହୁ, ଓ ମୁଖ୍ୟ ବକ୍ତା ରୂପେ ଶ୍ରୀ ଶ୍ରୀ ଭୀମା ଭୈରବୀ ଗ୍ରାମ୍ୟ ସମିତି ର ସଭାପତି ପ୍ରକାଶ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ରୂପେ ଶ୍ରୀ ଶ୍ରୀ ରାମଚନ୍ଦ୍ର ସମିତି ର ବେହେରା ଢୋଲାମଣି ସାହୁ ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀ ଦଧି ବାବନ ଗ୍ରାମ୍ୟ ସମିତି ର ବେହେରା ଶ୍ରୀ କୁମର ସାହୁ ଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ପ୍ରମୋଦ କୁମାର ସାହୁ,ଅନ୍ୟତମ ଅତିଥି ଶ୍ରୀ ଶ୍ରୀ ରାମଚନ୍ଦ୍ର ଗ୍ରାମ୍ୟ ସମିତି ର ସଭାପତି ଅନ୍ତର୍ଯ୍ୟାମୀ ସାହୁ,ଲଷ୍ମୀକାନ୍ତ ସାହୁ, ଅନ୍ୟତମ ସମ୍ମାନୀତ ଅତିଥି ରୂପେ ମା ଭୀମା ଭୈରବୀ ଗ୍ରାମ୍ୟ ସମିତି ର ସମ୍ପାଦକ ରଞ୍ଜନ କୁମାର ସାହୁ ବୋଇତ ବନ୍ଦାଣ ଉତ୍ସବ ରେ ପ୍ରଥମେ ବୋଇତ କୁ ପୂଜାର୍ଚ୍ଚନା କରିବା ପରେ ନଗର ପରିକ୍ରମା କରିବା ପରେ ସମସ୍ତ ଅତିଥି ଙ୍କୁ ପୁଷ୍ପ ମାଲ୍ୟ ଓ ଉପଖଣ୍ଡକ ଦ୍ଵାରା ସମ୍ମାନୀତ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ର ଆୟୁଷ ସାହୁ,ଛାତ୍ରୀ କୀର୍ତ୍ତି ରାଣୀ ସାହୁ, ଯୁକ୍ତ ଦୁଇ ପରୀକ୍ଷା ରେ ସଫଳତା ପାଇଥିବା ଆଦ୍ୟାଶା ସାହୁ, ଯୁକ୍ତ ତିନି ରେ ସଫଳତା ପାଇଥିବା ନିକିତା ସାହୁ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସହଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ।
What's Your Reaction?






