ସୋନପୁର ମହାନଦୀ ପୋଲ ଉପରୁ ବାଇକ ଉଦ୍ଧାର, ଅଗ୍ନିଶମ ବିଭାଗ ର ସର୍ଚ୍ଚ ଅପରେସନ ଜାରି

Sep 2, 2024 - 22:06
 0  15
ସୋନପୁର ମହାନଦୀ ପୋଲ ଉପରୁ ବାଇକ ଉଦ୍ଧାର, ଅଗ୍ନିଶମ ବିଭାଗ  ର ସର୍ଚ୍ଚ ଅପରେସନ ଜାରି

ସୁବର୍ଣ୍ଣପୁର: ଲୋକ୍ ଆବାଜ୍ (ମନୋରଞ୍ଜନ ତ୍ରିପାଠୀ)
ଗତକାଲି ରବିବାର ୧ ସେପ୍ଟେମ୍ବର ରାତିରେ ସୋନପୁର ସଦର ପୋଲିସ  ଟିମ୍ ନାଇଟ ପେଟ୍ରୋଲିଂ କରୁଥିବା ବେଳେ ସୋନପୁର ମହାନଦୀ ପୋଲ ଉପରୁ ଏକ ଅଜଣା ବାଇକ୍ ଉଦ୍ଧାର କରିଛି। ପୋଲ ଉପରେ ଏକ ଟିଭିଏସ ଆପାଚି ବାଇକ ସହ ଗୋଟେ ମନି ପର୍ସ ଓ ଏକ ପେୟlର ଚପଲ ରଖାଯାଇଥିବା ବେଳେ ପାଖରେ କେହି ନ ଥିବା ଦେଖିଥିଲେ ପୋଲିସ ଟିମ। ବାଇକ ନମ୍ୱରଟି ହେଲା ବଲାଙ୍ଗୀର ରେଜିଷ୍ଟ୍ରେସନ ଥିବା ଓଡି୦୩ଏଚ- ୨୮୨୪ ଓ ନମ୍ବର ପ୍ଲେଟ ତଳକୁ ଓ ଟିଭି ଲଗୋ ରହିଥିବା ଦେଖିବାକୁ ମିଳିଛି। ଏ ନେଇ ପୋଲ ଉପରେ ବାଇକ୍ ରଖି କେହି ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଛି । ସୋନପୁର ପୋଲିସ ପୋଲ ଉପରେ ଥିବା ବାଇକଟିକୁ ଉଦ୍ଧାର କରି ଥାନାରେ ରଖିଛି। ଯୁବକ ଜଣକ କିଏ ଓ ପୋଲ ଉପରୁ ଡେଇଁଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ନ ଥିବାବେଳେ ଲିଖିତ ଅଭିଯୋଗ ପରେ ଆଜି ପୂର୍ବାହ୍ନ ପରେ ସୋନପୁର ପୋଲିସ  ତଦନ୍ତ  ଆରମ୍ଭ କରିଛି। ସେପଟେ ଆଜି ଅପରାହ୍ନ ୩ ଟା ବେଳେ ସୋନପୁର ଓ ବୀର ମହାରାଜ ପୁର ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଆଜି  ଓଡ୍ରାପ୍ ଟିମ୍ ମଧ୍ୟ ଏ ସର୍ଚ୍ଚ ଅପରେସନ ରେ ସାମିଲ୍ ହେବେ ବୋଲି ସନ୍ଧ୍ୟା ରେ ସୁଚନା ମିଳିଛି l

What's Your Reaction?

like

dislike

love

funny

angry

sad

wow