ଅଟୋ ପିକଅପ ଦୁର୍ଘଟଣାଗ୍ରସ୍ତ, ବୃଦ୍ଧ ମୃତ।

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼ପୁଝାରିଗୁଡା ଫାଇଫଟି ସ୍କୁଲ ନିକଟରେ ଥିବା ପୋଖରୀ ପାଖରେ ଅଟୋ କୁ ପିକଅପ ଭେନ ପଛପଟୁ ଧକ୍କା ଦେବା ଫଳରେ ଦୁଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି।ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭେନ୍ ବର୍ତ୍ତମାନ ଫେରାର ରହିଛି।ମୃତକ ବୃଦ୍ଧ ଉଛଲା ନୂଆଗୁଡା ଗାଁ ର ମାଧବ ଧଙ୍ଗଡାମାଝୀ(୭୦) ବୋଲି ଜଣାପଡ଼ିଛି।ସେ ଓ ତାଙ୍କ ପରିବାର ଏବଂ ସମ୍ପର୍କୀୟ ମାନେ ଅଟୋ ଯୋଗେ ଉଛଲା ନୂଆଗୁଡା ଗାଁ ରୁ ବତାସୀଗୁଡା କୁ ବିବାହ ଭୋଜି ଖାଇବାକୁ ଯାଇଥିଲେ ।ଭୋଜିଖାଇ ଫେରିବା ସମୟରେ ବଡ଼ପୁଝାରି ଗୁଡା ଫାଇଫ ଟି ସ୍କୁଲ ନିକଟରେ ଥିବା ପୋଖରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି।ଖବର ପାଇ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛି।
What's Your Reaction?






