କଲରାକୋଠା କାଳୀପୂଜା ପାଇଁ ମହିଳାଙ୍କ କଳସ ଶୋଭାଯାତ୍ରା ସହ ଆରମ୍ଭ ହେଲା ମହିଷାସୁର ଦରବାର

Nov 2, 2024 - 08:04
 0  32
କଲରାକୋଠା କାଳୀପୂଜା ପାଇଁ ମହିଳାଙ୍କ କଳସ ଶୋଭାଯାତ୍ରା ସହ ଆରମ୍ଭ ହେଲା ମହିଷାସୁର ଦରବାର

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠା ସ୍ଥିତ ୟୁଥ ଫ୍ରେଣ୍ଡସ ଆସୋସିଏସନ ତରଫରୁ ଆୟୋଜିତ ସାର୍ବଜନୀନ କାଳୀପୂଜା ଅବସରରେ ମହିଳାମାନଙ୍କ ଦ୍ୱାରା ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହିଅବସରରେ ଯଜ୍ଞ କର୍ତ୍ତା ହରିଶ୍ଚନ୍ଦ୍ର ରଣା ସସ୍ତ୍ରିକ ଙ୍କ ସହ ମହିଳା ମାନେ କଳସ ଧରି ଢୋଲ, ନlମସଂକୀର୍ତ୍ତନ୍ୟ ଦଳ, ଘଣ୍ଟ ଘଣ୍ଟୁଆଳ, ଛଉ ନୃତ୍ୟ,କଟପ୍ପା ଦଳ ସହ କଲରାକୋଠା ଠାରୁ ଶୋଭାଯାତ୍ରା ରେ ଆସି ଖଲିଆପାଲି ବନ୍ଧରୁ କଳସରେ ଜଳଧରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ଘଣ୍ଟ ଘଣ୍ଟୁଆଳ ଓ ଢୋଲ, ଦୂଲଦୁଲି ଶବ୍ଦରେ ରାଜରାସ୍ତା ମୁଖରିତ ହୋଇ ଉଠିଥିଲା l ଏହି ବିରାଟ ଓ ଭବ୍ୟ ଶୋଭାଯାତ୍ରା ଦେଖିବାପାଇଁ ରାଜରାସ୍ତା ଉଭୟ ପାର୍ଶ୍ୱରେ ଜନସମାଗମ ହୋଇଥିଲା l ଶୃଙ୍ଖଳା ଦୃଷ୍ଟିରୁ ଶୋଭାଯାତ୍ରା ସମୟରେ କଣ୍ଟାମାଳ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ସେହିପରି ସନ୍ଧ୍ୟାରେ ପୂଜାମଣ୍ଡପ ଠାରେ ମାଆ ଙ୍କ ପୂଜାରମ୍ଭ ହୋଇଥିବା ବେଳେ ମହିଷାସୁର ଦରବାର ରେ ଅସୁର ରାଜ ମହାପ୍ରତାପୀ ମହିଷାଶୁର ଙ୍କ ଦରବାର ର ଶୁଭାରମ୍ଭ ହୋଇଛି l କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ପାଦକ ପ୍ରକାଶ ରଣା ସମେତ ସମସ୍ତ କମିଟି ସଦସ୍ୟ ଓ କଲରାକୋଠାବାସୀ ଶୋଭାଯାତ୍ରା କୁ ପରିଚାଳନା କରିଥିଲେ l ଏହିଅବସରରେ ଆୟୋଜିତ ମିନାବଜାର ବୁଲି ଲୋକେ ମଜା ଉଠାଉଥିବା ଦେଖିବାକୁ ମିଳିଛି lକଲରାକୋଠାର ମା' ଶ୍ୟାମାକାଳୀ ପୂଜା ଉପଲକ୍ଷେ ଆୟୋଜିତ ମହିଷାସୁର ଦରବାରର ଦ୍ଵିତୀୟ ସଂଧ୍ୟାରେ ମହିଷାସୁରଙ୍କ ଇନ୍ଦ୍ରପୁରୀ ଆକ୍ରମଣ ।

 ଦ୍ଵିତୀୟ ସଂଧ୍ୟାର ମହିଷାସୁର ଦରବାରରେ ମୁଖ୍ୟ ରାଜ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ସମସ୍ତଙ୍କ ପାଇଁ ଆଲୋକର ବର୍ଷ ହେବାପାଇଁ ବାର୍ତ୍ତା ଦେଇଥିଲେ। ସେହିପରି ଅନ୍ୟତମ ରାଜ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଖଲିଆପାଲି ପଞ୍ଚାୟତର ସମିତି ସଭ୍ୟ କେଦାରନାଥ ସାହୁ, ସମାଜସେବୀ ତଥା ଆଦିବାସୀ ନେତା ସତ୍ୟନାରାୟଣ ମାଝୀ(ବଡ଼କନ୍ଧ) ଯୋଗଦେଇ ସମସ୍ତଙ୍କ ଚେଷ୍ଠାରେ ଅଞ୍ଚଳରୁ ଦୁର୍ନିତୀ ଭଳି ପାପ ଗ୍ରହ ହଟାଇଯାଇପାରେ ବୋଲି ବକ୍ତବ୍ୟ ରଖିଥିଲେ।ପରେ ଦରବାରରେ ଅତିଥିଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚକୁ କମିଟି ସଂପାଦକ ଧରଣୀ ସେନ ସାହୁ ପରିଚାଳନା କରିଥିଲେ।ଦରବାର ପରେ ପ୍ରବଳ ପ୍ରତାପୀ ମହିଷାସୁର ନିଜର ସୈନ୍ୟଙ୍କ ସହ ସ୍ଵର୍ଗପୁରର ଇନ୍ଦ୍ରପୁରୀ ଆକ୍ରମଣ କରିଥିଲେ।ମଞ୍ଚସ୍ଥ ନାଟକରେ ପଶ୍ଚିମ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ କଳାକାର ଭୁବନେଶ୍ୱର ପ୍ରଧାନଙ୍କ ମହିଷାସୁର ଅଭିନୟକୁ ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ଦର୍ଶକଙ୍କୁ ଆକୃଷ୍ଣ କରିବା ତଥା ଆଧ୍ୟାତ୍ମିକର ବିକାଶପାଇଁ କମିଟି ଦ୍ଵାରା ପ୍ରତିଦିନ ଦରବାର ସହିତ କିଛି ନା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ତା ସାଙ୍ଗକୁ ମୀନାବଜାର ଲୋକଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିବାକୁ ସକ୍ଷମ ହେଉଛି।

What's Your Reaction?

like

dislike

love

funny

angry

sad

wow