ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ପାରିବାରିକ ବନ୍ଧୁ ମିଳନ

ରାୟଗଡା (ଲୋକ ଆବାଜ.ଇନ)
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଘନାନ୍ତ୍ରୀ ଗ୍ରାମଠାରେ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ କିଶୋର ଶବରଙ୍କ ପଭାପତିତ୍ୱରେ ଗ୍ରାମରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ବିକାଶକୁ ନେଇ ଏକ ସଭାକାର୍ଯ୍ୟ କରାଯାଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଇଞ୍ଜୁରାମ ଶବର, ସମ୍ନାନୀୟ ଅତିଥି ଭାବେ ସେନାବାହିନୀରୁ ଅବସରପ୍ରାପ୍ତ ବନ୍ଧୁ ଶବର ମଞ୍ଚାଷିନ ଥିଲେ। ଏହି ସଭାରେ ଘନାନ୍ତ୍ରି କର୍ମଚାରୀଙ୍କ ଗ୍ରାମ ମଙ୍ଗଳ ସମିତିର ସଭାପତି ଧର୍ମେନ୍ଦ୍ର ଶବର ଗ୍ରାମରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ବିକାଶ ବିଷୟକୁ ନେଇ ଉଦେଶ୍ୟ ଜ୍ଞାପନ କରିଥିଲେ ଓ ଶ୍ରୀ ଅଜିତ୍ କୁମାର ପାତିକା ସଭାକାର୍ଯ୍ୟ ସଂଯୋଜନା କରିଥିଲେ।
ଆଦିବାସୀ ଗ୍ରାମ ଘନାନ୍ତ୍ରୀର ଛାତ୍ରୀ ୨୦୨୪ ବର୍ଷରେ ଅଧ୍ୟାପିକା ଭାବରେ ନିଯୁକ୍ତି ପାଇଥିବା ଅଧ୍ୟାପିକା ସୁଶ୍ରୀ ତନୁଜା ଶବର ଙ୍କୁ ମୁମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଏହି ବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପାଠପଢିରେ ଉତ୍ସାହ ଦବାସହ ନୂଆ ପିଢି ମାନଙ୍କ ପାଇଁ ଏକ ଭଲବାର୍ତ୍ତା ଦବାପାଇଁ ସମସ୍ତଙ୍କୁ ମୂମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ତ ପରିବାର ଯୋଗଦାନ କରି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଘନାନ୍ତ୍ରୀ କର୍ମଚାରୀଙ୍କ ଗ୍ରାମ ମଙ୍ଗଳ ସମିତିର ଜଗଦିଶ୍ୱର ଶବର, ଧରଣୀ ରଞ୍ଜନ ଶବର, ଭୁବନ ମୋହନ ଶବର, ୟୁନାଫ ଶବର, ବୈଷ୍ଟବ ଚରଣ ଶବର, କେତନ ଶବର, ଦେଉଗ୍ରିନ୍ସି ଶବର, ବିଜୟ କୁମାର ଶବର, ପୂର୍ଣ୍ଣମାସୀ ଗମାଙ୍ଗ, ଲମ୍ବୋଦର ଶବର, ରାମଚନ୍ଦ୍ର ଶବର, ଲଳିତା ବେବର୍ତ୍ତା, ଅର୍ଣ୍ଣପୂର୍ଣ୍ଣା ବେବର୍ତ୍ତା, ପ୍ରମିଳା ବେବର୍ତ୍ତା , ନୀଳାଞ୍ଚଳ ଶବର, ଦଇତାରୀ ଶବର, ନାରାୟଣ ଶବର, ନରେନ୍ଦ୍ର ଶବର, କେଶବ ଶବର, ବଂଶୀଧର ଶବର, ତିଆରନାମ୍ ଶବର, ସସ୍ମିତା ମଣ୍ଡଳ, ରେଣୁକା ଶବର, ପୁଷ୍ପା ଶବର, ଜୟମାଳା ଗମାଙ୍ଗ, ଉଷାବତୀ ଶବର, କିଶୋର ଚନ୍ଦ୍ର ଶବର ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?






