କଣ୍ଟାମାଳ ଡିଗ୍ରୀ କଲେଜରେ ଇଂରାଜୀ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜର ସଭାଗୃହରେ ପୁରାତନ ଛାତ୍ରଛାତ୍ରୀମାନେ ନବାଗତ ପ୍ରଥମ ବର୍ଷର ଭାଇ ଭଉଣୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଇଂରାଜୀ ଅଧ୍ୟାପକ ଦେବଦାସ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ଵାଗତ ସଭାରେ ଓଡ଼ିଆ ବିଭାଗର ମୂଖ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଜଗଦେବ । ଶିକ୍ଷା ବିଭାଗୀୟ ମୂଖ୍ୟ ଅଧ୍ୟାପକ ରବିନ୍ଦ୍ର କୁମାର ପ୍ରଧାନ, ଓଡ଼ିଆ ଅଧ୍ୟାପକ ସୁନିଲ କୁମାର ହରିପାଲ , ଇତିହାସ ଅଧ୍ୟାପକ ବସନ୍ତ କୁମାର ଖଟୁଆ , ଇଂରାଜୀ ଅଧ୍ୟାପକ ଦୀପକ ମେହେରଓ ଗ୍ରନ୍ଥାକାରିକ ଯତିନ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ନବାଗତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବର୍ତ୍ତମାନ ଯୁଗରେ ଶିକ୍ଷାର ଗୁରୁତ୍ଵ ଏବଂ ସଦଉପଯୋଗୀରେ ଜଣେ ଶିକ୍ଷାର୍ଥୀ ଉପଯୁକ୍ତ ସ୍ଥାନ ପାଇ ପାରିବ। ତେଣୁ ସମସ୍ତେ ଶୃଙ୍ଖଳିତ ରହି ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଥିଲେ। ଶୁଭେଚ୍ଛା ଓ ସ୍ଵାଗତପରେ ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା ଏବଂ ପୁରାତନ ଛାତ୍ରଛାତ୍ରୀ ସଙ୍ଗୀତ ଓ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରୀ ସୋନମ ମେହେର ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ସୋନାଲି ମେହେର କରିଥିବା ସ୍ଥଳେ ଛାତ୍ର ଅଶୋକ ମିଶ୍ର ଧନ୍ୟବାଦ ଦେଇଥିଲେ। ସକ୍ରିୟ ପୁରାତନ ଛାତ୍ରୀ ଅଙ୍କିତା ବସ୍ତିଆ, ଛାତ୍ର କାହ୍ନା ନାଏକ ଏବଂ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
What's Your Reaction?






