ଅବହେଳିତ ଅବସ୍ଥାରେ ଶତାୟୁ ବିଦ୍ୟାଳୟ: ପିଲାଙ୍କୁ ନାଳ ପାଣି ଭରସା , ରହିଛି କୋଠା ର ଅଭାବ

Sep 1, 2024 - 13:21
 0  26
ଅବହେଳିତ ଅବସ୍ଥାରେ ଶତାୟୁ ବିଦ୍ୟାଳୟ: ପିଲାଙ୍କୁ ନାଳ ପାଣି ଭରସା , ରହିଛି କୋଠା ର ଅଭାବ

ବାଲିଗୁଡ଼ା: ଲୋକ୍  ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
ଆଜି ବି ଅନେକ ଉପାନ୍ତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ପାନୀୟ ଜଳ ବ୍ୟବସ୍ଥା ହୋଇ ପାରି ନାହିଁ । ପିଲାମାନେ ବାଧ୍ୟ ହୋଇ ନାଳ କିମ୍ବା ଚୂଆଁ ପାଣି ଉପରେ ନିର୍ଭର କରୁଛନ୍ତି । ଏଭଳି କିଛି ଅବ୍ୟବସ୍ଥା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି  ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ କେବଳ ବାଳିକା ମାନେ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀଯାଏଁ ମୋଟ ୧୦୬ ଜଣ ଛାତ୍ରୀ ରହିଛନ୍ତି ।  ବିଦ୍ୟାଳୟର ଛାତ୍ରୀ ମାନଙ୍କ ପାନୀୟ ଜଳ ସମସ୍ୟା ଦୁର କରାଯିବା ନିମନ୍ତେ ବିଦ୍ୟାଳୟ ପରିସରରେ ମଧ୍ୟରେ ଆଜି ପର୍ଯ୍ୟନ୍ତ ନଳ କୂଅ ଟିଏ ନାହିଁ। ଏଣୁ ମଧ୍ୟାହ୍ନ ଭୋଜନ  ଖାଇବା ପରେ ପ୍ଲେଟ ଧୋଇବା ପାଇଁ ସ୍କୁଲ ପାଖରେ ଥିବା ନାଳକୁ ଯାଇ ଧୋଉ ଥିବା ଦେଖିବାକୁ ମିଳିଛି । ନାଳର ଗଭୀରତା ପ୍ରାୟ ୩୦ ଫୁଟ ହେବ। ସ୍କୁଲ ଛାତ୍ରୀ ମାନେ ପ୍ଲେଟ୍ ଧୋଇଲା ବେଳେ  କେତେ ବେଳେ ଯେ କିଛି ଘଟଣା ନଘଟିବ ତାହା କାହିଁ ହେବ ନାହିଁ । ବିପଦ ସଙ୍କୁଳ ପରିସ୍ଥିତିରେ ଛାତ୍ରୀ ମାନେ ବାଧ୍ୟ ହୋଈ ଯାଉଥିବା ବେଳେ ଶିକ୍ଷକ ମାନେ ସାଙ୍ଗରେ ଯିବାକୁ ବାଧ୍ୟ ହେଉଥିବା ସ୍କୁଲ ସଭାପତି ଶରତ ଚନ୍ଦ୍ର ଦଣ୍ଡସେନା କହିଛନ୍ତି। ସ୍କୁଲ କ୍ୟାମ୍ପସ ଭିତରେ ଥିବା ନଳକୂଅ ଦୀର୍ଘ ୧୨ ବର୍ଷ ହେଵ ଅଚଳ ହୋଇ ପଡ଼ି ରହିଛି। ପ୍ରଧାନ ଶିକ୍ଷକଙ୍କ ସହିତ ସ୍କୁଲ୍ କମିଟି ତରଫରୁ ଅନେକ ବାର ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଟ ଯନ୍ତ୍ରୀ ଓ ବିଡ଼ିଓଙ୍କୁ ଲିଖିତ ଭବେ ଜଣାଇଥିଲେ ସୁଦ୍ଧା ଆଜି ଯାଏ କୌଣସି ସୁଫଳ ପାଇନଥିବା ସ୍କୁଲ ସଭାପତି ଅଭିଯୋଗ କହିଛନ୍ତି। ସେପ୍ଟେମ୍ୱର ୧୦ ତାରିଖ ସୁଦ୍ଧା ସ୍କୁଲରେ ପାନୀୟଜଳ ବ୍ୟବସ୍ଥା କରାନ ଗଲେ ଅଭିଭାବକ ମାନେ ସମୂହ ସ୍କୁଲର ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ସ୍କୁଲ ସଭପତି ଶରତ ଚନ୍ଦ୍ର ଦଣ୍ଡସେନା କହିଛନ୍ତି। ଖାଲି ଉକ୍ତ ସ୍କୁଲ ରେ ପାଣି ସମସ୍ୟା ନୁହଁ କୋଠା ର ମଧ୍ୟ ଅଭାବ ରହିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନଙ୍କ ପାଇଁ ୭ଟି ଶ୍ରେଣୀ କୋଠରୀ ରହିଛି, ହେଲେ ୨ଟି ଶ୍ରେଣୀ କୋଠରୀ ଭଲ ଥିଲା ବେଳେ ୫ଟି ଶ୍ରେଣୀ କୋଠରୀ ବିପଦ  ସଙ୍କୁଳରେ ରହିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ଏହି ବିଦ୍ୟାଳୟ ୧୮୮୩ ରେ ସ୍ଥାପିତ ହୋଇଥିବା ବେଳେ ଆଜି ଅବହେଳିତ ଅବସ୍ଥାରେ ରହିଛି । ଏଣୁ ଜିଲ୍ଲା ପ୍ରଶାସନ କାଟିଙ୍ଗିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାନୀୟ ଜଳ ବ୍ୟବସ୍ଥା ସହ ଆବଶ୍ୟକ ନୂତନ ଶ୍ରେଣୀ କୋଠରୀ ନିର୍ମାଣ କରିବାକୁ ଅଞ୍ଚଳ ବାସୀ  ଦାବୀ ରଖିଛନ୍ତି।

What's Your Reaction?

like

dislike

love

funny

angry

sad

wow