ଦୁଇଟି ପିସ୍ତଲ୍ ଗୋଟାଏ ବୋମା, କାର ଓ ବିଭିନ୍ନ ମାରଣାସ୍ତ୍ର ସହ ୩ ଜଣ ସନ୍ଦିଗ୍ଧ ଯୁବକ ଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ*- *ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*-

Feb 10, 2026 - 18:00
 0  42
ଦୁଇଟି ପିସ୍ତଲ୍ ଗୋଟାଏ ବୋମା, କାର ଓ ବିଭିନ୍ନ ମାରଣାସ୍ତ୍ର ସହ ୩ ଜଣ ସନ୍ଦିଗ୍ଧ ଯୁବକ ଙ୍କୁ ଗିରଫ କଲା ସୁବର୍ଣ୍ଣପୁର  ପୋଲିସ*- *ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*-

ସୁବର୍ଣ୍ଣପୁର - ୧୦-୦୨ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଗତକାଲି ସନ୍ଧ୍ୟା ସମୟରେ ସୋନପୁର ଥାନାକୁ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ଯେ , ୫-୬ଜଣ ସନ୍ଦିଗ୍ଧ ବ୍ୟକ୍ତି ସୋନପୁର ସହରର କୌଣସି ଏକ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଡକାୟତି କରିବା ଉଦ୍ଦେଶ୍ୟରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଗୋଟିଏ ନାଲି କାରରେ ବୁଲୁଛନ୍ତି। ଏହି ଖବର ପାଇ ସୋନପୁର ସଦର ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ ଯାଦବ ବାଗଙ୍କ ନେତୃତ୍ୱରେ ଗୋଟିଏ ପୋଲିସ ଟିମ୍ ଗଠନ କରା ଯାଇ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ସମୟରେ ସହରର ନଳିନୀ ଛକ ପଟରୁ ବିଜୁ ପଟ୍ଟନାୟକ ଛକ ପଟକୁ ଗୋଟିଏ ନାଲି ରଙ୍ଗର ଅଲ୍ଟୋ ଗାଡ଼ି ଯାହାର ନମ୍ବର OR 05 AD 0933 ପୋଲିସ ଟିମକୁ ଦେଖି ଖସି ପଳାଇ ଯିବାକୁ ଚେଷ୍ଟା କରୁଥିଲେ। କୌଶଳ କ୍ରମେ ପୋଲିସ ଟିମ୍ ଉକ୍ତ ଗାଡ଼ିକୁ ଅଟକ ରଖିଥିଲେ। ସେହି ଗାଡ଼ିର ଚାଳକ ସୁଭମ ପ୍ରୀତମ ହୋତା (ଭିକି)ବୟସ(୨୮) ଙ୍କୁ ବ୍ୟକ୍ତି ଗତ ତଲାସି ସମୟରେ ଗୋଟିଏ ବନ୍ଧୁକ ଚାରିଟି ଜୀବନ୍ତ ଗୁଳି ସହିତ ଗୋଟିଏ ମାଗାଜିନ୍ ମିଳିଥିଲା । ସେହି ଗାଡ଼ିରେ ବସିଥିବା ସନ୍ଦିଗ୍ଧ ଶୁଭ୍ରାଂଶୁ ଶେଖର କୁମ୍ଭାର (ସୋନୁ)ବୟସ(୨୬)ଙ୍କ ବ୍ୟକ୍ତିଗତ ତଲାସି ସମୟରେ ଗୋଟିଏ ଦେଶୀ ପିସ୍ତଲ ସହିତ ୨ଗୋଟି ଜୀବନ୍ତ ଗୁଳି ମିଳିଥିଲା। ସନ୍ଦିଗ୍ଧ ଦେବାଶିଷ ପଣ୍ଡା ଙ୍କୁ ବ୍ୟକ୍ତିଗତ ତଲାସି ସମୟରେ ଗୋଟିଏ ବଡ ଛୁରୀ ମିଳିଥିଲା। ଶେଷରେ ଗାଡ଼ିକୁ ତଲାସି ସମୟରେ ଏକ ଲୁହା କୁରାଢ଼ି ଓ ଜୀବନ୍ତ ବୋମା ମିଳିଥିଲା। ସନ୍ଦିଗ୍ଧ ମାନଙ୍କ ପାଖରୁ ୩୯,୩୦୦ଟଙ୍କା ମଧ୍ୟ ମିଳିଥିଲା। ଏହି ମାରଣାସ୍ତ୍ର ଜିନିଷ ବାବଦରେ ସମସ୍ତ ସନ୍ଦିଗ୍ଧ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ଉକ୍ତ ମାରଣାସ୍ତ୍ର ସାମଗ୍ରୀ ଗୁଡିକ ସେମାନଙ୍କ ପାଖରୁ ଜବତ କରାଯାଇଛି। ଏ ସଙ୍କ୍ରାନ୍ତ ରେ ସୋନପୁର ଥାନାରେ ଏକ କେସ ନଂ ୪୮ ତା-୦୯-୦୨-୨୦୨୬U/s-310(4)/310( 5)BNS/sec.25(1-A) ଆର୍ମ୍ ଆକ୍ଟ/Sec.9(b) ଏକ୍ସ ପ୍ଲୋସିଭ ଆକ୍ଟ ରୁଜୁ କରାଯାଇଛି। ଏହି କେସର ତଦନ୍ତ ଏସ ଆଇ ରୋହନ କୁମାର ପ୍ରଧାନକୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଆସାମୀ ମାନଙ୍କ ଠାରୁ ମିଳିଥିବା ବନ୍ଧୁକ, ମାରଣାସ୍ତ୍ର ଓ ବୋମା ର ମୂଳ ଉତ୍ସ, ଚାଲାଣ ଓ ଏହାର ବ୍ୟବହାର ବାବଦରେ ପୂର୍ବ ର କିଛି କେଶ ଉପରେ ଅଧିକ ତଦନ୍ତ ଚାଲିଛି ବୋଲି ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ଆଜି ଜିଲ୍ଲା ପୋଲିସ୍ ଅଫିସ ରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow