ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ବିବେକାନନ୍ଦ ମଲାଣ କାଉନସେଲର ଦଣ୍ଡପାଣି ଭୂୟାଁ ଅଧ୍ୟାପକ ଦୁଷ୍ମନ୍ତ ଶବର କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ଯୋଗ ଦେଇ ଦିବସର ତାତ୍ପର୍ଯ୍ୟ ବୁଝାଇ ଥିଲେ । ସ୍ଵେଚ୍ଛାସେବୀ ମାନେ ନିଜନିଜର ସନ୍ଦେହ ମୋଚନ ବିଷୟ ବିଶାରଦଙ୍କ ଦ୍ଵାରା କରାଇଥିଲେ। ବହୁସଂଖ୍ୟାରେ +2ଓ +3 କଳା ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରୀଛାତ୍ର ଏଥିରେ ଅଂଶ ଗ୍ରହଣ କରିଥିଲେ।
What's Your Reaction?






