ସୋନପୁର ମଝି ପଡ଼ା କାଳୀ ପୂଜା ମହୋତ୍ସବ ରେ ସାଂସ୍କୃତିକ କାର୍ଯ୍ଯ କ୍ରମ ଅନୁଷ୍ଟିତ - କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଙ୍କ ଗୀତ ନାଚ ରେ ଝୁମିଲେ ଦର୍ଶକ
ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ରାମ ଧୂନ୍ କ୍ଲବ୍ କାଳୀ ପୂଜା ମହୋତ୍ସବ କମିଟି ପକ୍ଷରୁ ଉମା କାନ୍ତ ବାରିକ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ସୋନପୁର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ଯ କ୍ରମ କୁ ଉଦଘାଟନ କରି ହିନ୍ଦୁ ମୁସଲିମ ବିଭିନ୍ନ ସମ୍ପ୍ରଦାୟ ର ଲୋକେ ଏକାଠି କାଳୀ ପୂଜା ଉତ୍ସବ ପାଳନ କରିବା ଏକ ବିରଳ ବୋଲି କହିଥିଲେ l ଯାହାକି ଏ ସର୍ବ ଧର୍ମ ସମ୍ମନ୍ଵୟ ର ବାର୍ତ୍ତା କେବଳ ଏ ସୋନପୁର ରାମ ଧୂନ୍ କ୍ଲବ୍ ହିଁ ସମାଜ କୁ ପହଞ୍ଚାଇଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ,ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ରାମ ଧୂନ୍ କ୍ଲବ୍ ଉପଦେଷ୍ଟା ଗୋପାଳ ବରାଇ, ଛାତ୍ର ନେତା ଶାଶ୍ଵତ ମିଶ୍ର, କ୍ଲବ ଉପ ସଭାପତି ସୋମ ନାଥ କବାଟ, ଡ୍ରଗିଷ୍ଟ୍ କେମିଷ୍ଟ ସଂଘ ସଂପାଦକ ସତ୍ୟ ନାରାୟଣ ଦରୁଆନ୍ ଯୋଗ ଦେଇ କଳାକାର ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ବିକାଶ ପଣ୍ଡା ସଭା ସଂଯୋଜନା କରିଥିଲେ l
ବିଳମ୍ବିତ ରାତି ଯାଏ ଉମାକାନ୍ତ ବାରିକ ଓ ସାଥୀ କଳାକାର ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଓ ଦଶ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ (ଉମା ଦିୱାନା) ମତୁଆଲା ହୋଇଥିଲେ l ପ୍ରକାଶ ଥାଉ କି ଯେ ଗତ ୨୦ ତାରିଖ ରେ ଆରଂଭ ହୋଇ ଥିବା କାଳୀ ପୂଜା ମହୋତ୍ସବ ଅବସରରେ ଏହି କ୍ଳବ୍ ପକ୍ଷରୁ ଗତ ୨୨ ତାରିଖ ରେ ଏକ ରକ୍ତ ଦାନ ଶିବିର ଓ ୨୪ ତାରିଖ ରେ ମଝିପଡ଼ା ସମେତ ଜାତି ଧର୍ମ ନିର୍ବିଶେଷରେ ସହର ର ସମସ୍ତ କ୍ଲବ ଅନୁଷ୍ଠାନ ର କର୍ମକର୍ତା ବିଶିଷ୍ଟ ବ୍ୟକ୍ତି ବିଶେଷ, ମିଡ଼ିଆ, ସରକାରୀ କର୍ମଚାରୀ ଙ୍କୁ ନେଇ ଶ୍ରୀ ରାମଜୀ ମନ୍ଦିର ଠାରେ ଏକ ସାମୂହିକ ପ୍ରସାଦ ସେବନ ର ଆୟୋଜନ କରା ଯାଇଥିଲା l ରାମ ଧୂନ୍ କ୍ଲବ ସଭାପତି ପୀୟୁଷ ପଣ୍ଡା ଓ ସଂପାଦକ ବିକାଶ ପଣ୍ଡା ଙ୍କ ତତ୍ଵା ବଧାନ ରେ ଅନୁଷ୍ଟିତ ଏହି ଉତ୍ସବ ର ସମସ୍ତ କାର୍ଯ୍ଯ କ୍ରମ ରେ ପୂଜା କମିଟି ସଭାପତି ପୁରେନ୍ଦ୍ର ନାଏକ, ସଂପାଦକ ସୁରଜ୍ ସାହୁ, କୋଷାଧ୍ୟକ୍ଷ ବୁବୁନ ନାଏକ, ସହ ସଂପାଦକ ଚନ୍ଦନ ସାହୁ, ମିଡ଼ିଆ କୋଡ଼ି ନେଟର ମନୋରଞ୍ଜନ ତ୍ରୀପାଠୀ, ସକ୍ରିୟ ସଦସ୍ୟ ଜଗନ୍ନାଥ ଦାଶ, ଲଡ଼ୁ କିଶୋର ମଲ୍ଲିକ, କମଳା କାନ୍ତ ସାହୁ, ଦିଲ୍ଲୀପ ସାହୁ, ରିପୁନ୍ ନାଏକ, ଶ୍ରୀକାନ୍ତ ନାଏକ, ସିପୁନ ନାଏକ, ଅମିତ୍ ସାହୁ, ମଦନ ସାହୁ , ରଜତ ସାହୁ , ବାଳ ଗୋପାଳ ମିଶ୍ର, ଜଗନ୍ନାଥ ସାହୁ, ଆକାଶ ମିଶ୍ର, ବାଲୁ ସରାଫ, ଜିଲୁ ସାହୁ, ପ୍ରିତିଶ ମଲ୍ଲିକ, ଚନ୍ଦନ ପାଣିଗ୍ରାହୀ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
What's Your Reaction?