ଆମଓଡିଶା ପକ୍ଷରୁ ନିଶାନିବାରଣ ବ୍ରତ ପାଳନ

Aug 19, 2024 - 22:25
Aug 20, 2024 - 03:58
 0  35
ଆମଓଡିଶା ପକ୍ଷରୁ ନିଶାନିବାରଣ ବ୍ରତ ପାଳନ

କଳାହାଣ୍ଡି,:ଲୋକ ଆବାଜ. ଇନ -(ବ୍ୟୁରୋ )

ଆମଓଡିଶା ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ରାଜ୍ୟବ୍ୟାପି ଆୟୋଜିତ ହୋଇଥିଲା ନିଶା ନିବାରଣ ବ୍ରତ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହୋଇଥିଲା । ସମ୍ବାଦ ପ୍ରତିନିଧି ତଥା ବ୍ଲକ ସଂଯୋଜକ ଭଜଶ୍ୟାମ ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘର ସଭାପତି ତଥା ଜେଡି କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ରିଷିଡା ଶାଖାର ମୁଖ୍ୟକୁନ୍ତଳା ଭଉଣୀ, ଅଧ୍ୟାପକ ଶରତ କୁମାର ସାହୁ, ଅଧ୍ୟାପକ ହିରୋଜ କୁମାର ଚାନ୍ଦ ଅତିଥି ଭାବେ ଯୋଗଦେଇ ଯୁବ ସମାଜକୁ ପଥଭ୍ରଷ୍ଟ କରୁଥିବା ନିଶାକୁ ନ ରୋକିଲେ ଆମ ସମାଜର ଉନ୍ନତି ହୋଇ ପାରିବ ନାହିଁ, ତେଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ଉପସ୍ଥିତ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ।

ସମ୍ବାଦ ସାହିତ୍ୟଘର ସଂପାଦକ ତଥା ଯୁବଗାଳ୍ପିକ ନରୋତ୍ତମ ସେଲମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଭଉଣୀ ମାନେ ଭାଇ ମାନଙ୍କୁ ରକ୍ଷାବନ୍ଧନ କଲାପରେ ମୁଖ୍ୟଅତିଥି ଶ୍ରୀ ପଧାନ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ର ଛାତ୍ରଛାତ୍ରୀ ସମେତ ମିଶନଶକ୍ତି ମା ଓ ଯୁବକ ମାନେ ୧୪୫ ଜଣ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଲେଜର କ୍ରୀଡା ଶିକ୍ଷକ ଲଲିତ କୁମାର ସାହୁ, ବ୍ରଜକିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow