କଳାହାଣ୍ଡି ଲେଖକ କଳା ପରିଷଦ ପକ୍ଷରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଗଙ୍ଗାଧର ସାହିତ୍ୟ ରେ ପ୍ରକୃତି କହେ ମରମ ର କଥା

କଳାହାଣ୍ଡି:ଲୋକ ଆବାଜ.ଇନ(ବ୍ୟୁରୋ)
କଳାହାଣ୍ଡି ଲେଖକ କଳା ପରିଷଦ ପକ୍ଷରୁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କର୍ଲା ପଡ଼ା ଠାରେ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି । ପରିଷଦ ର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ବିନୋଦ ବିହାରୀ ପଟ୍ଟନାୟକ , ମୁଖ୍ୟ ବକ୍ତା ସାହିତ୍ୟିକ ପଦ୍ମ ଲୋଚନ ମିଶ୍ର, ସମ୍ପାଦକ ଭବ ନାଥ ରାୟଗୁରୁ ଯୋଗ ଦେଇ ଗଙ୍ଗାଧର ସାହିତ୍ୟ କହେ ପ୍ରକୃତି ର ମରମ କଥା ବୋଲି ମତ ପ୍ରକାଶ କରିଥିଲେ । ଆୟୋଜିତ ସାରସ୍ଵତ ଉତ୍ସବ ରେ ସଙ୍ଗୀତ ପରିଷଦ ର ସଙ୍ଗୀତ ବିଦ୍ୟାଳୟ ର ଶିଳ୍ପୀ ନମିତା ମିଶ୍ର, ବୈଷ୍ଣବୀ ପାଲକ୍,ସସ୍ମିତା ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସର ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା । ଅଧ୍ୟାପକ ସରୋଜ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ତପନ କୁମାର ରଥ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ପରିଷଦ ର ବିଶିଷ୍ଟ ସଦସ୍ୟ ଡ ଦାଶରଥି ଆଚାର୍ଯ୍ୟ, ଗୋପାଳ ସାହୁ, ଭାଗିରଥି ବେହେରା, ସୁଧୀର ଚନ୍ଦ୍ର ପଣ୍ଡା, ନରେନ୍ଦ୍ର କୁମାର ପଣ୍ଡା,ଚିତ୍ତ ରଂଜନ ପଣ୍ଡା ଙ୍କ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ ।
What's Your Reaction?






