ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

Aug 28, 2024 - 16:00
 0  23
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସୋନପୁର - ଲୋକ ଆବାଜ୍. ଇନ୍ (ମନୋରଞ୍ଜନ ତ୍ରିପାଠୀ):

 ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋନପୁର ଠାରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଛି l ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଭାଷା ପ୍ରତି କବି ଗଙ୍ଗାଧର ମେହେର ଙ୍କ ଅବଦାନ ଉପରେ ଶ୍ରୀମତୀ ପଟ୍ଟନାୟକ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଚେୟାରମେନ ଡଃ ଜ୍ୟୋତି ରଂଜନ ବହିଦାର ଯୋଗ ଦେଇ ଗଙ୍ଗାଧର ମେହେର ଙ୍କ ଜୀବନୀ ଓ ତପସ୍ୱିନୀ କବିତା ର ମହନୀୟତା ଉପରେ ଆଲୋଚନା କରିଥିଲେ l ଇତିହାସ ଅଧ୍ୟାପିକା ବନାନୀ ପୁସ୍ପିତା ପାତ୍ର ଗଙ୍ଗାଧର ଙ୍କ କାବ୍ୟ ସମ୍ଭାର ଉପରେ ଓ ଅଧ୍ୟାପକ ଶ୍ରୀୟlନ୍ତ ମେହେର, ଓ ଆର୍ତ୍ତ ତ୍ରାଣ ଥନlପତି ଗଙ୍ଗାଧର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l ଏହି ଉତ୍ସବ ରେ ପ୍ରଥମ ବର୍ଷ ର ଛାତ୍ରୀ ତପସ୍ୱୀନୀ ମିଶ୍ର, ପ୍ରତିଭା ଖମାରୀ ଓ ସମୀକ୍ଷା ପଧାନ ଅବାହନି ସଂଗୀତ ମlଧ୍ୟମରେ କବିତା ପାଠ କରିଥିଲେ l ଅଧ୍ୟାପକ ଚିନ୍ମୟl ନନ୍ଦ ପାତ୍ର ସଭା ସଂଯୋଜନl କରିଥିବା ବେଳେ ଅଧ୍ୟାପିକା ଲଭଲୀ ଶ୍ରୀ ମିଶ୍ର, ଅଧ୍ୟାପକ ମୁନା ମହାକୁଡ଼ , ସତ୍ୟ ନାରାୟଣ ପଣ୍ଡା, ଅଣ ଶିକ୍ଷକ କର୍ମଚାରୀ ସୁନିଲ ମିଶ୍ର, ମିନ କେତନ କର୍ମୀ ପ୍ରମୁଖ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l ଅଧ୍ୟାପକ ଆର୍ତ୍ତ ତ୍ରlଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow