ଗ୍ରାମବାସୀ ଙ୍କ ଅଭିଯୋଗ ପରେ ଆଡିମାହା ଗ୍ରାମପଞ୍ଚାୟତ ରେ ଚୋରା ଦେଶୀ ମଦ ଜବତ ସହ ୩ ଜଣକୁ ଗିରଫ କଲା ପୋଲିସ ଓ ଅବକାରୀ ବିଭାଗ ଗାଁ ରେ ନିଶା ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଗଠନ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କିଛିଦିନହେବ ବାଲିଗୁଡା ଥାନା ଅଞ୍ଚଳ ରେ ଚୋରାଦେଶୀ ଓ ବିଦେଶୀ ମଦ ବହୁଳ ମାତ୍ରାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା l ବାଲିଗୁଡା ଥାନା ଅନ୍ତର୍ଗତ ଆଡିମାହା ଅଞ୍ଚଳ ରେ ବହୁଳ ମାତ୍ରା ରେ ମହୁଲି ମଦ ଓ ଚୋରା ରେ ବିଦେଶୀ ମଦ ବିକ୍ରୟ ଯୋଗୁଁ ପରିବାର ମଧ୍ୟରେ ହିଂସା, ଗଣ୍ଡଗୋଳ,ସାମାଜିକ ଅସ୍ଥିରତା ସୃଷ୍ଟି ହୋଇଥିବା ଯୋଗୁଁ ସମିତି ସଭ୍ୟ ପଦ୍ମ ଚରଣ ପାତ୍ର, ସରପଞ୍ଚ ଶାନ୍ତି ମଲ୍ଲିକ ଙ୍କ ନେତୃତ୍ୱ ରେ ଗାଁ ରେ ଶାନ୍ତି ସଦଭାବନା ଓ ନିଶା ମୁକ୍ତି ପଂଚାୟତ ଭାବେ ଗଢି ତୋଳିବା ଉଦ୍ଦେଶ୍ୟ ରେ ଅଞ୍ଚଳ ର ପାଟାମାହା, ଲିଙ୍ଗର ସାହି, ବାଡ଼ିପାଙ୍ଗା, ବେଡିପଦର, କାଚlବାଲି, ବୁର୍ଡlକିଆ, ସୂଟାଙ୍ଗୁଡୁ,ସାଙ୍କୁଶବାଲି ଆଦି ଗ୍ରାମବାସୀ ବାଲିଗୁଡା ଥାନା ରେ ଅଭିଯୋଗ କରିଥିଲେ,
ଏ ନେଇ ଭାରପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ପୋଲିସ ଟିମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସହାୟତା ରେବିପୁଳ ମାତ୍ରା ରେ ମଦ ଜବତ କରିବା ସହିତ ପୋଚ କୁ ନଷ୍ଟ କରି ୩ ଜଣ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି l
What's Your Reaction?






