ଉମାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

Sep 30, 2024 - 07:49
 0  12
ଉମାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ଉମା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉମା କ୍ଲଷ୍ଟର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପୋଢ଼ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇ ମୁଖ୍ୟଅତିଥି, ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଭାକର କହଁର, ଫଟାମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ମାଝୀ, ମସିଣାଗୋରା ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଜାନି ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ଲୁକ୍କାୟିତ ପ୍ରତିଭା ଲୋକାଭିମୁଖୀ ହୋଇ ପାରୁଛି ବୋଲି କହିଥିଲେ l ତେନ୍ତୁଲିଖୁଣ୍ଟି ସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ବାରିକ ମଞ୍ଚ ପରିଚାଳନା ଓ ଉମା ଉପ୍ରା ବିଦ୍ୟାଳୟର ଶିକ୍ଷକ ପୀତବାସ ଝାଙ୍କର ଧନ୍ୟବାଦ ଦେଇଥିଲେ l ଉମା କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବକ୍ତୃତା, ବିତର୍କ, ସାଧାରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ

What's Your Reaction?

like

dislike

love

funny

angry

sad

wow