ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜା ଓ ରାବଣ ଦରବାର ପାଇଁ ପୂଜା କମିଟିର ଚୂଡାନ୍ତ ବୈଠକ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ମା' ଶାରଦୀୟ ଦୁର୍ଗାପୂଜା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପୂଜା କମିଟି ପକ୍ଷରୁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ପୂଜା କମିଟିର ସଭାପତି ଗିରିଧର ଦେହୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଆସନ୍ତା ଓକ୍ଟୋବର ମାସ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ୫ ଦିନ ଧରି ପୂଜା ହେବା ନେଇ ନିଷ୍ପତ୍ତି ନିଆଗଲା ଏବଂ ଏହାର ତଦାରଖ ପାଇଁ ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରାଗଲା। ଶାରଦୀୟ ପୂଜାକୁ ଆକର୍ଷଣୀୟ କରିବା ପାଇଁ ଦ୍ୱିତୀୟ ବର୍ଷରେ ମଧ୍ୟ ଦରବାର ଓ ମୀନା ବଜାର ହେବାର ପ୍ରସ୍ତୁତି ସରିସାରିଛି। ଏବର୍ଷ ଲୋକଙ୍କ ବହୁତ ଭିଡ଼ ହେବାର ଆଶଙ୍କା ଥିବାରୁ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳିତ ହେବ ତାକୁ ଦୃଷ୍ଟିଦେଇ ସ୍ଥାନୀୟ ପୋଲିସର ସହାୟତା ନେଇଥିବା ସଂପାଦକ ପପୁନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
What's Your Reaction?






