ଐତିହାସିକ ଦେଓଘର କୁ ପର୍ଯ୍ୟାଟନ ର ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଦାବୀ

କନ୍ଧମାଳ:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲାର ଐତିହାସିକ କିମ୍ବଦନ୍ତୀ ମଧ୍ୟରୁ ମହାସିଂ ଗାଁ ହେଉଛି ସର୍ବ ପୁରାତନ ଗାଁ ଏହି ଗାଁ ମଧ୍ୟରେ ରହିଛି ଅନେକ ଐତିହାସିକ ପୀଠ l
ଗୁମାପଦର ଦେଓଘର ପାହାଡ଼ ମଧ୍ୟରେ ରହିଛି ବିରାଟକାୟ ଦେଓଘର ଗୁମ୍ଫା, ଏହି ଗୁମ୍ଫା ରେ ହାତୀ, ବାଘ, ଭାଲୁ, ବିରାଟକାୟ ସରୀସୃପ ଵାସ କରୁଥିଲେ l ହାତୀ ଆକୃତି ର ପଥର ମଧ୍ୟ ଯାହାକୁ ଆଞ୍ଚଳିକ ଭାଷା ରେ ହାତୀବାଲି କୁହାଯାଏ l ବିଶ୍ୱାସ ରହିଛି ଯେ ଏହି ଦେଓଘର ଟି ଦେବତା ମାନଙ୍କ ବୈଠକ ସ୍ଥଳୀ ଥିଲା, ମୁନି ରୁଷି ମାନେ ଏଠାରେ ତପସ୍ୟା କରୁଥିଲେ l ପାହାଡ଼ ସହିତ ୭ ଏକର ପରିବିଷ୍ଟ ଜମି ମଧ୍ୟରେ ଗ୍ରାମବାସୀ ଙ୍କ ତରଫରୁ ଆମ୍ବ, ପଣସ, କଦଳୀ ଗଛ ରୋପଣ କରାଯାଇଛି l ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ସ୍ଥାନ ଟି ଥିବାରୁ ପର୍ଯ୍ୟଟକ ଓ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଆକୃଷ୍ଟ କରୁଛି l ଗ୍ରାମବାସୀ ଓ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି l ପ୍ରତ୍ୟେକ ସଂକ୍ରାନ୍ତି ଦିନ ଏଠାରେ ପୂଜା ସହ ଅନ୍ନ ଭୋଗ ହୁଏ l
ମାଘମାସ ତିଳ ସପ୍ତମୀ ରେ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୁଏ l ପଣା ସଂକ୍ରାନ୍ତି, ମକର ସଂକ୍ରାନ୍ତି ଓ ମହାଶିବ ରାତ୍ରି ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମେ l ଅବହେଳିତ ଅବସ୍ଥା ରେ ଏହି ପ୍ରାଚୀନ ପୀଠ ରହିଅଛି l ସରକାର ଙ୍କ ପକ୍ଷରୁ କିଛି ଅନୁଦାନ ଆସିଛି ସତ କିନ୍ତୁ ଆଖି ଦୃଷ୍ଟିଆ ଉନ୍ନତି ହୋଇନି l ଗୁମା ପଦର ଗାଁ ରୁ ଏହି ଦେଓଘର ପୀଠ କୁ ହେଲେ ବିଲମାଳ କଚ୍ଚା ରାସ୍ତା ଦେଇ ଯିବାକୁ ପଡେ l ଏହି ପାଞ୍ଚଶହ ମିଟର ରାସ୍ତାର ଉନ୍ନତି ଓ ମନ୍ଦିର ର ମୁଖଶାଳା ର ନବୀକରଣ ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ l
What's Your Reaction?






