କଣ୍ଟାମାଳ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ନିର୍ବାଚନ

Aug 24, 2025 - 09:36
 0  43
କଣ୍ଟାମାଳ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ନିର୍ବାଚନ

ସନ୍ତୋଷ ବିଶି ସଭାପତି ଓ ଜୟକୃଷ୍ଣ ସମ୍ପାଦକ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁ)

କଣ୍ଟାମାଳ ବ୍ରାହ୍ମଣ ସମାଜ ର ବାର୍ଷିକ ସାଧାରଣ ବୈଠକ ସଂଘର ବରିଷ୍ଠ ଉପଦେଷ୍ଟା ନବୀନ କୁମାର ବିଶି ଙ୍କ ସଭାପତିତ୍ୱ ଓ ସଂଯୋଜକ ସନତ କୁମାର ମିଶ୍ର ଙ୍କ ସଂଯୋଜନାରେ ଶୁକ୍ରବାର ସମାଜର ଅସ୍ଥାୟୀ କାର୍ଯ୍ୟାଳୟ ନଳିନୀ ନିବାସରେ ଅନୁଷ୍ଠିତ ହୋଇଯାଇଛି   l  ବୈଠକରେ ପୂର୍ବବର୍ଷ ର ପ୍ରସ୍ତାବ ର କାର୍ଯ୍ୟକାରିତା ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ପରେ ନୂତନ କମିଟି ଗଠନ ସମ୍ପର୍କରେ  ସଦସ୍ୟମାନେ ମତରଖିଥିଲେ  l   ବୈଠକରେ ସଭାପତି ଭାବେ ସନ୍ତୋଷ କୁମାର ବିଶି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବାବେଳେ ଭାଗ୍ୟଧର ମିଶ୍ର ଉପସଭାପତି,ଜୟକୃଷ୍ଣ ମିଶ୍ର ସମ୍ପାଦକ, ସୁବାସ ରଥ ସହସମ୍ପାଦକ ଓ ସତ୍ୟନାରାୟଣ ପାଢ଼ୀ ଙ୍କୁ କୋଷାଧ୍ୟକ୍ଷ୍ୟ ଭାବେ ଚୟନ କରାଯାଇଥିଲା  l  ସଂଘରେ କାର୍ଯ୍ୟକାରୀ ସଦସ୍ୟ ଭାବେ ସିଦ୍ଧେଶ୍ୱର ପାଣିଗ୍ରାହୀ, ରାଜୀବ ମିଶ୍ର, ଐଶ୍ୱର୍ଯ୍ୟା ବିଶି, ପ୍ରଭାସ ମିଶ୍ର, ସତୀଶ କୁମାର ଦାସ ଓ ହରିବନ୍ଧୁ ପୁରୋହିତ ଆଦିଙ୍କୁ ମନୋନୀତ କରାଯାଇଛି l   ସେହିପରି ଉପଦେଷ୍ଟା ଭାବରେ ବରିଷ୍ଠ ସଦସ୍ୟ ନବୀନ କୁମାର ବିଶି, ବସନ୍ତ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ, ଘନଶ୍ୟାମ ମିଶ୍ର, ସହଦେଵ ମିଶ୍ର, ବିଜୟ କୁମାର ପାଣିଗ୍ରାହୀ, ଓ ରମେଶ ପାଣିଗ୍ରାହୀ ପ୍ରମୁଖ ମନୋନୀତ ହୋଇଥିଲେ  l   ସଂଯୋଜକ ଭାବେ ସନତ କୁମାର ମିଶ୍ର ଓ ଆନନ୍ଦ ମିଶ୍ର ସହସଂଯୋଜକ ମନୋନୀତ ହୋଇଥିଲେ   l   ଆନନ୍ଦ ଚନ୍ଦ୍ର ପାଢ଼ୀ ବସନ୍ତ ପାଢ଼ୀ, ଚକାନୟନ ମିଶ୍ର ଆଦି ସକ୍ରିୟ ସହଯୋଗ କରିଥିଲେ   l  କର୍ମକର୍ତ୍ତା ଚୟନ ପରେ ଆସନ୍ତା ୬ତାରିଖ ଦିନ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ପ୍ରତିବର୍ଷ ଭଳି ଭାଗବତ ଅନ୍ତଃମୁଖି ପୂଜନ କାର୍ଯ୍ୟକ୍ରମ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା  l   ଉକ୍ତ ଅନ୍ତଃମୁଖୀ କାର୍ଯ୍ୟକ୍ରମରେ ଯଜ୍ଞସେନ ମିଶ୍ର ପୂଜକ ଏବଂ ବସନ୍ତ ପାଢ଼ୀ ସସ୍ତ୍ରିକ କର୍ତ୍ତା ଦାୟିତ୍ୱ ତୁଲାଇବା ପାଇଁ ନିଷ୍ପତ୍ତି ହୋଇଛି  l  ଅନ୍ତଃମୁଖୀ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆନ୍ତରିକତାର ସହ ସହଯୋଗ କରିବା ପାଇଁ ନୂତନ ସଭାପତି ଶ୍ରୀ ବିଶି ସମସ୍ତଙ୍କୁ ଅନୁରୋଧ କରିଥିଲେ  l

What's Your Reaction?

like

dislike

love

funny

angry

sad

wow