ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲ୍ ର ୨୧ତମ ବାର୍ଷିକ ଉତ୍ସବ

Feb 11, 2025 - 17:14
 0  49
ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲ୍ ର ୨୧ତମ ବାର୍ଷିକ ଉତ୍ସବ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ):-

 କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ମଦନପୁର ଠାରେ ଥିବା ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲ୍ ର ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଦିବା ଦଶ ଘଣ୍ଟା ସମୟ ରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟି ର ସଭାପତି ଆଇନଜୀବୀ ବିଶ୍ବମ୍ବର ରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଭୂପିନ୍ଦର ସିଂ, ପ୍ରମୁଖ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ କୁମାର ଦାଶ , ସମ୍ମାନୀତ ଅତିଥି ଡି ଏ ଭି କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା,ସମ୍ପାଦକ ବିରାଟ ମୁଣ୍ଡଛିନ୍ନା, ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ସମିତି ସଭ୍ୟା ପଦ୍ମିନୀ ଭୋଇ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଂହଦେଓ ବିଦ୍ୟାଳୟର ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହ ର ସମ୍ପୂର୍ଣ୍ଣ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ସୁଦାମ ଦୁବେ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସର ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ହରିଶ ଚନ୍ଦ୍ର ବଗର୍ତ୍ତି ପରିଚାଳନା କରିଥିଲେ । ସଭା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଞ୍ଚ ପରିଚାଳନା ଯୁଧିଷ୍ଟିର ସିଂହ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ରାଜଶ୍ରୀ ନାୟକ, ମୋନାଲିସା ଭୋଇ, ଲୋପାମୁଦ୍ରା ମହାନନ୍ଦ, ଭାଗିରଥୀ ବିଶି, ଚିନ୍ତାମଣି ରଣା, ସୁନିଲ ଦାଶ , କାଳୀ ପ୍ରସାଦ ପାଢ଼ୀ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow