କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

Feb 12, 2025 - 08:23
Feb 12, 2025 - 08:31
 0  81
କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

,କର୍ଲାମୁଣ୍ଡା:୧୧/୨ ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ମଙ୍ଗଳବାର କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଉଦଯାପିତ ହୋଇଯାଇଛି।ଏହି ଅବସରରେ କର୍ଲାମୁଣ୍ଡା ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷର ସୁରୁଜୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ ପ୍ରଦର୍ଶନୀ ନିପୁଣମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୮ଗୋଟି ଏଫ ଏଲ ଏନ ବିଦ୍ୟାଳୟ ରୁ ୮୦ ଜଣ ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ବିଭିନ୍ନ ଅଭିନଵ ସୃଜନାତ୍ମକ ଶିକ୍ଷଣ ଉପକରଣ ପ୍ରଦର୍ଶନ କରିଥିଲେ l

 ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା,ସୁରୁଜୁଲି ଉଚ୍ଚ ପ୍ରାଥମମିକ ବିଦ୍ୟାଳୟ ,ପରିଚାଳନା କମିଟିର ସଭପତି ଜଗଦୀଶ ରଣା, ଅଙ୍ଗୱାଡ଼ି କର୍ମି ଉର୍ମିଳା କୁମାର , କିଶୋରୀ ରଣା ଓ ଭୂମିଶୁତା ରଣା ,କମିଟି ସଭ୍ୟାପ୍ରମୁଖ ଯୋଗଦାନ କରି ଥିଲେ ଓ ନିପୁଣ ଓଡ଼ିଶାର ଲକ୍ଷ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଆଞ୍ଚଳିକ ସାଧନ ସଂଯୋଜକ ପ୍ରସନ୍ନ କୁମାର ସାହୁ ବିତୃତ୍ ଭାବରେ ତାର ଲକ୍ଷ୍ୟ ବିଷୟରେ ବୁଝାଇଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ପ୍ରଧାନଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାଧୁରାମ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଠିକ ସେହିପରି ରେଙ୍ଗାଲି କ୍ଲସ୍ଟର ପକ୍ଷରୁ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ଙ୍କ ନେତୃତ୍ୱରେ ଭଟାପଲା ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ସମ୍ମାନିତ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ବୈଷ୍ଣବ ସାହୁ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗମୋହନ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁମନ୍ତ ସାହୁ,ଯଦୁମଣି ରଣା, ରାଜୀବ ରଣା, ସୁବ୍ରତ କୁମାର,ରୋଜାଲିନ ଭୋଇ,ରିନୁ ସାହୁ,କୌସିକ ସାହୁ,ଗଙ୍ଗାଧର ରଣା, ଅଲିଚନ୍ଦ୍ର ପୁଟେଲ,ଭୋଳା ଶଙ୍କର କୁମାର କାନ୍ତ ଶତ୍ରୁଜିତ, ବାବୁଲି ଚରଣ ପରିଡା,ସୁରେଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ରଣା, ସଂଯୋଗ ସାହୁ ତଥା ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow