କଣ୍ଟାମାଳସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ରେ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ

Sep 30, 2024 - 21:16
 0  12
କଣ୍ଟାମାଳସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ରେ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ

କଣ୍ଟାମାଳ : ଲୋକ୍ ଆବାଜ.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

   ବୌଦ୍ଧ ଜିଲ୍ଲା, କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କଣ୍ଟାମାଳ ପଂଚାୟତ ସମିତି ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାମୁହିକ ବିକାଶ ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ, ଦକ୍ଷତା ବୃଦ୍ଧି ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ଏକ ପ୍ରତିଯୋଗୀତାମୂଳକ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ସମୁଦାୟ ୯୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ସେମାନଙ୍କ ମଧ୍ୟରୁ  ଜୁନିୟର ବିଭାଗ ରେ ଚିତ୍ରାଙ୍କନ ରେ ତନୁଶ୍ରୀ ମହାରଣା ପ୍ରଥମ , ଶିଳାଦ୍ରି ବାଘ ଦ୍ୱିତୀୟ, ରଶ୍ମିତା ସାହୁ ତୃତୀୟ, ସିନିୟର ବିଭାଗ ରେ ମୃନାଲିନି ସାହୁ ପ୍ରଥମ,ରାକେଶ କୁମାର ପ୍ରଧାନ ଦ୍ୱିତୀୟ, ଶ୍ରୀୟମ ସୋପିଲ ବାଘ ତୃତୀୟ,ଜୁନିୟର ବିଭାଗ ସ୍ଲୋଗାନ ରେ ଅଙ୍କିତ କୁମାରବିଶିପ୍ରଥମ, ସାହିଲ ପ୍ରଧାନ ଦ୍ଵିତୀୟ,ବିଉରାମ ବାଘ ତୃତୀୟସ୍ଲୋଗାନ ସିନିୟର ବିଭାଗ ରେ ରାନୁ ଭୋଇ ପ୍ରଥମ, ପ୍ରିୟଙ୍କା ସେଲମା ଦ୍ୱିତୀୟ, ଲିଙ୍କନ ବେହେରା ତୃତୀୟ, ଜୁନିୟର ବିଭାଗ ରଚନା ରେ ଅଭିଜିନତା ଖଣ୍ଡଗିରିପ୍ରଥମ, ବୈଶାଳୀ ସାହା ଦ୍ୱିତୀୟ, ଶୁଭଶ୍ରୀ ସାହୁ ତୃତିୟ, ସିନିୟର ବିଭାଗରଚନାରେ ଇପ୍ସିତା ପ୍ରଧାନ ପ୍ରଥମ, ଇରାପିକ୍ଷା ରଣା ଦ୍ୱିତୀୟ, ଦଶବନ୍ତି ପାଣ୍ଡେ ତୃତୀୟ,୧୮ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବରେଗୋଷ୍ଟି ଶିକ୍ଷା ଅଧିକାରୀ ସନୋଜ କୁମାର ସେଠି, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଦୁର୍ଗା ଚରଣ ପ୍ରଧାନ, ସିଆରସିସି ସୁଶାନ୍ତ କୁମାର ଭୋଇ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନ, ଯୋଗଦେଇ ସ୍ୱଛତା ହିଁ ସେବା ଉପରେ ବକ୍ତବ୍ୟ ରଖି ଥିଲେ l ବିଆରସି ଅର୍ଜୁନ ଦାସ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ l କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀକାର୍ଯ୍ୟକ୍ରମ କୁ ସହଯୋଗ କରି ଥିଲେ l ଅତିଥି ମାନଙ୍କ ଦ୍ଵାରା କୃତୀ ପ୍ରତିଯୋଗୀ ମାନଙ୍କୁ ପଂଚାୟତ ସମିତି ତରଫରୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l

What's Your Reaction?

like

dislike

love

funny

angry

sad

wow